ଅକ୍ଟୋବରରେ ଓଡିଶା ଆସିପାରନ୍ତି ରାହୁଲ ଗାନ୍ଧୀ !
ଭୁବନେଶ୍ୱର : ଅକ୍ଟାବର ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ନବରଙ୍ଗପୁର ରାୟଗଡାରେ କାର୍ଯ୍ୟକ୍ରମରେ ଯୋଗଦେବେ । ଅକ୍ଟୋବର ୨ ତାରିଖରୁ ନବରଙ୍ଗପୁରରେ କଂଗ୍ରେସ ପଦଯାତ୍ରା ଆରମ୍ଭ କରିବ । କଂଗ୍ରେସ କର୍ମୀମାନେ ଏହି ପଦଯାତ୍ରାରେ ସାମିଲ ହେବେ । ସେହିପରି ଭୁବନେଶ୍ୱରରେ ଆୟୋଜିତ 'ଛାତ୍ର କି ଗୁଞ୍ଜ୍' କାର୍ଯ୍ୟକ୍ରମରେ ଦେବେ ଯୋଗ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ୨୦ହଜାରରୁ ଅଧିକ ଯୁବ ପିଢ଼ି । ଜେନ୍-ଜି ଙ୍କ ସମସ୍ୟାକୁ ନେଇ ହେବ ଆଲୋଚନା । ଏନେଇ ପିସିସି ସଭାପତି ଭକ୍ତଚରଣ ଦାସ ସୂଚନା ଦେଇଛନ୍ତି ।
ପିସିସି ସଭାପତି କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆଗକୁ କଂଗ୍ରେସ ମାରାଥନ୍ କାର୍ଯ୍ୟକ୍ରମ କରିବ । ଜାନୁଆରୀ ଏବଂ ଫେବୃଆରୀ ଭିତରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବେ । ପ୍ରଦେଶ କଂଗ୍ରେସ କମିଟି ଗୁଡିକ ତାକୁ ନିରୀକ୍ଷଣ କରିବ । ଜେନ୍-ଜିଙ୍କ ସମସ୍ୟାକୁ ନେଇ ଭୁବନେଶ୍ୱରରେ ବ୍ୟାପକ କାର୍ଯ୍ୟକ୍ରମ ହେବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।