ଅପରେସନ୍ ଅଶଦର: ଜମ୍ମୁ-କଶ୍ମୀରର ଡୋଡାରେ ଜୈସ ଆତଙ୍କବାଦୀ ନିପାତ, ଏମ୍୪ ରାଇଫଲ୍ ଜବତ
ଶ୍ରୀନଗର : ଜମ୍ମୁ-କଶ୍ମୀରରେ ଆଜି ସୁରକ୍ଷାବାହିନୀକୁ ବଫ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଜୈସ୍ ଆତଙ୍କବାଦୀ ନିପାତ ହୋଇଛି। ଜମ୍ମୁ କାଶ୍ମୀର ପୁଲିସ ଶନିବାର କହିଛି ଯେ ଅପରେସନ୍ ଅଶଦର ସମୟରେ ନିହତ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ୟାସିର ମୃତଦେହର ଅବଶେଷ ସୁରକ୍ଷାବାହିନୀ ଉଦ୍ଧାର କରିଛି। ଏହି ଅଭିଯାନ ସମୟରେ ସୁରକ୍ଷାବାହିନୀ ଏକ ରାତ୍ରି-ସକ୍ଷମ ଏମ୍-୪ କାର୍ବାଇନ୍ ରାଇଫଲ୍ ମଧ୍ୟ ଉଦ୍ଧାର କରିଛି। ଜମ୍ମୁ-କଶ୍ମୀର ପୋଲିସ୍ ଏକ୍ସରେ ଏକ ପୋଷ୍ଟ୍ କରି କହିଛି ଯେ ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (ଏସ୍ଓଜି) ଡୋଡା, ରାଷ୍ଟ୍ରୀୟ ରାଇଫଲ୍ସ (ଆର୍ଆର) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବାହିନୀ (ସିଆରପିଏଫ୍) ମିଳିତ ଭାବେ ଏହି ଅଭିଯାନ ଚଳାଇ ଅବଶେଷଗୁଡ଼ିକ ଉଦ୍ଧାର କରିଥିଲେ। ସେପ୍ଟେମ୍ବର ୫ରେ ଜମ୍ମୁ-କଶ୍ମୀର ପୋଲିସ୍ ଅପରେସନ୍ ଅଶଦରରେ ନିହତ ଆତଙ୍କବାଦୀର ପରିଚୟ ୟାସିର ବୋଲି ପ୍ରକାଶ କରିଥିଲା। ସେ ଜଣେ ପାକିସ୍ତାନୀ ନାଗରିକ ଏବଂ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ସହ ଜଡ଼ିତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।