ଅଯୋଧ୍ୟା – ବାରଣାସୀ ତୀର୍ଥ ଯାତ୍ରାରେ ଗଲେ ୭୭୫ ବରିଷ୍ଠ ନାଗରିକ

Sep 22, 2026 - 22:16

ସମ୍ବଲପୁର: ମଙ୍ଗଳବାର ପୁର୍ବାହ୍ନରେ ସମ୍ବଲପୁରରୁ ଚଳିତ ବର୍ଷର ପ୍ରଥମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ୨୦୨୬-୨୭ ଅଧୀନରେ ଚଳିତ ମାସର ୨୨ ରୁ ୨୭ ତାରିଖ ପର୍ଯ୍ୟନ୍ତ ଅଯୋଧ୍ୟା-ବାରାଣସୀ ତୀର୍ଥଯାତ୍ରା ଆୟୋଜିତ ହେଉଛି । ଏହି କ୍ରମରେ ଆଜି ସକାଳ ସାଢ଼େ ୧୦ଟା ସମୟରେ ଏହି ଆଧ୍ୟାତ୍ମିକ ଯାତ୍ରାରେ ବିଭିନ୍ନ ଜିଲାରୁ ମୋଟ ୭୭୫ ଜଣ ତୀର୍ଥଯାତ୍ରୀ ଏବଂ ୨୫ ଜଣ ସହଯୋଗୀ (ଏସ୍କର୍ଟ) ଯାତ୍ରାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଭାଷୀ ମାଧ୍ୟମରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ କହିଛନ୍ତି ଯେ, ପ୍ରତ୍ୟେକ ଜିଲାରେ ବସବାସ କରୁଥିବା ବରିଷ୍ଠ ନାଗରିକ ମାନଙ୍କୁ ଦେଶର ବିଭିନ୍ନ ତୀର୍ଥ କ୍ଷେତ୍ର ଭ୍ରମଣର ସୁବିଧା ନିମନ୍ତେ ଓଡିଶା ସରକାର ୧ ଫେବୃଆରୀ ୨୦୧୬ ମସିହାରେ ଶୁଭାରମ୍ଭ କରିଥିଲେ । ଏହା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଇଣ୍ଡିଆନ ରେଲୱେ କ୍ୟାଟେରିଂ ଏବଂ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ର ସହଯୋଗରେ କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ୬୦ ରୁ ୭୫ ବର୍ଷର ବରିଷ୍ଠ ନାଗରିକ ମାନଙ୍କୁ ଜାତି ଧର୍ମ ନିର୍ବିଶେଷରେ ଚୟନ କରାଯାଇଥାଏ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।