'ଅର୍ଣ୍ଣବ' କ୍ଷତିଗ୍ରସ୍ତଙ୍କ ପାଇଁ ୧୦୭.୭୦ କୋଟିର ସହାୟତା ରାଶି ମଞ୍ଜୁର
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ବାତ୍ୟା ପ୍ରଭାବିତଙ୍କ ପାଇଁ ଘୋଷଣା ହୋଇଥିବା ସ୍ୱତନ୍ତ୍ର ପ୍ୟାକେଜ ଅଧୀନରେ ପ୍ରଭାବିତ ଲୋକଙ୍କୁ ନଗଦ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ପ୍ରାୟ ୧୦୭ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି ।
ସୂଚନା ଅନୁସାରେ, ଅର୍ଣ୍ଣବ ପ୍ରଭାବିତଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ଏସଆରସି ଆଜି ୧୦୭.୭୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଜିଲ୍ଲାକୁ ୧୦୭ କୋଟି ୪୪ ଲକ୍ଷ ୫୫ ହଜାର ଟଙ୍କା ଓ କୋରାପୁଟ ଜିଲ୍ଲାକୁ ୨୬.୨୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ବାତ୍ୟା ପ୍ରଭାବିତଙ୍କୁ ପରିବାର ପିଛା ୨୫୦୦ଟଙ୍କା ହାରରେ ଏହି ନଗଦ ସହାୟତା ପ୍ରଦାନ କରାଯିବ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪ ଲକ୍ଷ ୨୯ ହଜାର ୭୮୨ଟି ପ୍ରଭାବିତ ପରିବାର ଓ କୋରାପୁଟ ଜିଲ୍ଲାର ୧୦୫୧ଟି ପରିବାର ବାତ୍ୟାରେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଏହି ନଗଦ ଅର୍ଥରାଶି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ହସ୍ତାନ୍ତର କରାଯାଇଛି । ନିର୍ଦ୍ଧାରିତ ନିୟମ ଓ ମାର୍ଗଦର୍ଶିକା ଅନୁଯାୟୀ ଯୋଗ୍ୟ ପ୍ରଭାବିତ ପରିବାରଙ୍କୁ ତ୍ୱରିତ ଏହି ସହାୟତା ରାଶି ପ୍ରଦାନ କରିବାକୁ ଏହି ଅର୍ଥ ବିନିଯୋଗ କରାଯିବ । ନିର୍ଦ୍ଧାରିତ ନିୟମ ଓ ମାର୍ଗଦର୍ଶିକା ଅନୁଯାୟୀ ଯୋଗ୍ୟ ପ୍ରଭାବିତ ପରିବାରଙ୍କୁଏହି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।