ଆଦିବାସୀ ସ୍କୁଲ୍‌ର ସୁରକ୍ଷା ନେଇ ସିଜେପିର ବଡ଼ ପଦକ୍ଷେପ; ଆଜିଠୁ ‘ଆଦିବାସୀ ସ୍କୁଲ୍‌ ଠିକ୍‌ କର’ ଅଭିଯାନ

Sep 16, 2026 - 22:07
ଆଦିବାସୀ ସ୍କୁଲ୍‌ର ସୁରକ୍ଷା ନେଇ ସିଜେପିର ବଡ଼ ପଦକ୍ଷେପ; ଆଜିଠୁ ‘ଆଦିବାସୀ ସ୍କୁଲ୍‌ ଠିକ୍‌ କର’ ଅଭିଯାନ

"ନାଗପୁର : ଆଦିବାସୀ ଅଞ୍ଚଳର ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି, ସୁରକ୍ଷା ଓ ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) "ଆଦିବାସୀ ସ୍କୁଲ୍‌ ଠିକ୍‌ କରୋ" ଅଭିଯାନ ଆରମ୍ଭ କରିବ ।

ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ ବୁଧବାର ଏହା ଘୋଷଣା କରିଛନ୍ତି ।

ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରୁ ଗୁରୁବାର ଏହି ଅଭିଯାନ ଆରମ୍ଭ ହେବ ।Advertisment ଦୀପକେ କହିଛନ୍ତି, ଆଦିବାସୀ ଅଞ୍ଚଳର ସ୍କୁଲ୍‌ଗୁଡ଼ିକ ଦୀର୍ଘଦିନ ଧରି ଅବହେଳିତ ହୋଇଆସୁଛି ।

ଆଦିବାସୀ ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ବାଛବିଚାର ଓ ବିଦ୍ୟାଳୟର ଅସୁବିଧାକୁ ସାମ୍ନାକୁ ଆଣିବା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

ତାଙ୍କ ଅଭିଯୋଗ ଅନୁସାରେ, ଦେଶର ବିଭିନ୍ନ ଆଦିବାସୀ ଅଞ୍ଚଳର ସ୍କୁଲ୍‌ଗୁଡ଼ିକ ଗତ ୮୦ ବର୍ଷ ଧରି ବିଭିନ୍ନ ସରକାରଙ୍କ ଅବହେଳାର ଶିକାର ହୋଇଛି ।

Climate Panchayat ଲୁହାଙ୍ଗାରରେ "ପରିବେଶ ପଞ୍ଚାୟତ" , ଅଞ୍ଚଳବାସୀଙ୍କ ପରିବେଶ ସୁରକ୍ଷା ସଙ୍କଳ୍ପ ଅଭିଯାନର ଅଂଶ ଭାବେ ସିଜେପିର ପ୍ରତିନିଧିମାନେ ଗଡ଼ଚିରୋଲିର ବିଭିନ୍ନ ଆଦିବାସୀ ସ୍କୁଲ୍‌ ପରିଦର୍ଶନ କରିବେ ।

ସେଠାରେ ବିଦ୍ୟାଳୟର ଭିତ୍ତିଭୂମି, ମୌଳିକ ସୁବିଧା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ରହିବା ବ୍ୟବସ୍ଥା ଯାଞ୍ଚ କରାଯିବ ।

ବିଶେଷକରି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଚାଲୁଥିବା ଆବାସିକ ସ୍କୁଲ୍‌ଗୁଡ଼ିକର ସ୍ଥିତି ଉପରେ ଅଭିଯାନରେ ଗୁରୁତ୍ବ ଦିଆଯିବ ।

ଏହି ପଦକ୍ଷେପର ପୃଷ୍ଠଭୂମିରେ ମହାରାଷ୍ଟ୍ରର ଆଦିବାସୀ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଅନଶନ ଏବଂ ସ୍କୁଲ୍‌ ସମସ୍ୟାକୁ ନେଇ ବମ୍ବେ ହାଇକୋର୍ଟଙ୍କ ହସ୍ତକ୍ଷେପ ମଧ୍ୟ ରହିଛି ।

ଗତ ମାସରେ ଗଡ଼ଚିରୋଲିର ଏକ ସରକାରୀ ସହାୟତାପ୍ରାପ୍ତ ଆଶ୍ରମ ସ୍କୁଲ୍‌ରେ ସାପ କାମୁଡ଼ାରେ ୩ ଆଦିବାସୀ ଶିଶୁଙ୍କ ମୃତ୍ୟୁ ପରେ ଛାତ୍ର ସୁରକ୍ଷା ପ୍ରସଙ୍ଗ ଚର୍ଚ୍ଚାକୁ ଆସିଥିଲା ।

ଏହାପରେ ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ କଠୋର ନିର୍ଦ୍ଦେଶ ଦେଇଥିଲେ ।

ସିଜେପି ପ୍ରାୟ ଏକ ମାସ ପୂର୍ବରୁ "ସ୍କୁଲ୍‌ ଠିକ୍‌ କରୋ" ନାମରେ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଥିଲା ।

ଦୀପକେ କହିଛନ୍ତି, ଆଦିବାସୀ ଓ ଗ୍ରାମୀଣ ଅଞ୍ଚଳର ଛାତ୍ରଛାତ୍ରୀ ମଧ୍ୟ ଦେଶର ଭବିଷ୍ୟତ ।

ତେଣୁ ସେମାନଙ୍କ ଶିକ୍ଷା ଓ ବିଦ୍ୟାଳୟର ବିକାଶକୁ ପ୍ରାଥମିକତା ଦେବା ଆବଶ୍ୟକ ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।