ଆସିକା ବିଧାୟକଙ୍କ ନାଁ ରେ ଏଫଆଇଆର
ଗଞ୍ଜାମ : ବିଧାୟକଙ୍କ ନାଁ ରେ ଥାନା ରେ ମାମଲା । ଗଞ୍ଜାମ ଜିଲ୍ଲା ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ ଆସିକା ଥାନାରେ ଏଫଆଇଆର ରୁଜୁ ହୋଇଛି । ବିଜୁ ଜନତା ଦଳ ପକ୍ଷରୁ ଏହି ଏତଲା ଦିଆଯାଇଛି । ଗଞ୍ଜାମ CDO ସମୀର ଜେନାଙ୍କୁ ଦୁର୍ବ୍ୟବହାର
ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (CDO) ସମୀର ଜେନାଙ୍କୁ ବିଧାୟକ ଦୁର୍ବ୍ୟବହାର ଏବଂ ରିଲିଫ୍ ସାମଗ୍ରୀ ହଡ଼ପ ଯୋଜନା ନେଇ ଏତଲାରେ ଦର୍ଶା ଯାଇଛି । ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆସିକା ଥାନାରେ ପହଞ୍ଚି ଏହି ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ରିଲିଫ୍ ସାମଗ୍ରୀ ଯୋଗାଣକୁ ନେଇ CDO ସମୀର ଜେନା ଓ ବିଧାୟକ ସରୋଜ ପାଢ଼ୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏହି ସମୟରେ ବିଧାୟକ ଜଣକ CDOଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ବିଜେଡି ଅଭିଯୋଗ କରିଛି । ଗଞ୍ଜାମ ଜିଲ୍ଲାରେ ବାତ୍ୟା ଓ ବନ୍ୟା ପରବର୍ତ୍ତୀ ରିଲିଫ୍ ବଣ୍ଟନକୁ ନେଇ କିଛି ଦିନ ହେବ ବିବାଦ ଚାଲିଥିଲା ଏବଂ ଏହି ସମୟରେ ହିଁ ବିଧାୟକ ଓ ସିଡିଓଙ୍କ ମଧ୍ୟରେ ଏହି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ତୁରନ୍ତ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ପୁଲିସକୁ ଦାବି କରିଛି ଦଳ ।
ଅନ୍ୟପଟେ, ରିଲିଫ୍ ଯୋଗାଣକୁ ନେଇ ବିଧାୟକ ଓ CDOଙ୍କ ମଧ୍ୟରେ ବିବାଦ ହୋଇଥିବା ଖବର ପୂର୍ବରୁ ସାମ୍ନାକୁ ଆସିଥିଲା । ତେବେ ଏହି ଘଟଣାକୁ ନେଇ ବିଧାୟକ ସରୋଜ ପାଢ଼ୀଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।