କେନାଲ ରେ ଭାସି ଯାଇ ଭାଇ ଭଉଣୀ ମୃତ

Sep 12, 2026 - 11:41
କେନାଲ ରେ ଭାସି ଯାଇ ଭାଇ ଭଉଣୀ ମୃତ

ମୟୁରଭଞ୍ଜ : ପାଣି ସୁଅରେ ଭାସି ଯାଇ ଭାଇ ଭଉଣୀଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ମହ୍ଲାରପଦା ଗାଁରେ । ଅସାବଧାନତା ବଶତଃ ନାଲୁହା ନଦୀର କେନାଲରେ ଭାଇ ପାଣିରେ ବୁଡ଼ିଯାଉଥିବା ଦେଖି ଦିବ୍ୟାଙ୍ଗ ଭଉଣୀ ବଞ୍ଚାଇବାକୁ ଯାଇଥିଲେ । ତେବେ ଉଭୟେ ପ୍ରଖର ପାଣି ସୁଅରେ ଭାସିଯାଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ମୃତକ ଭାଇ ଭଉଣୀ ହେଲେ ପରମେଶ୍ୱର ନାୟକ ଏବଂ ନନ୍ଦିନୀ ନାୟକ । ଆଜି ସକାଳେ ସ୍ଥାନୀୟ ଲୋକେ ଭିନ୍ନ ଭିନ୍ନ ସ୍ଥାନରେ ନଦୀ ଭିତରେ ଦୁଇ ଗୋଟି ମୃତଦେହ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଖୁଣ୍ଟା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଦୁଇ ମୃତଦେହ ଉଦ୍ଧାର କରିଛି । ପିଲାମାନଙ୍କ ଘର ଠାରୁ ଏକ କିଲୋମିଟର ଦୂର କରକଚିଆ ପୋଲ ତଳୁ ପିଲା ମାନଙ୍କର ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାରେ ସାରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।