କୋଟିଆରେ ଆନ୍ଧ୍ର ଭୋଟର ଦେଲେ ଭୋଟ ; ଶୁଙ୍କି ଘାଟିରେ ଯାଞ୍ଚ ପରେ ଅଟକ

Nov 05, 2026 - 13:19

ଭୁବନେଶ୍ୱର /କୋରାପୁଟ: ଆଜି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଲାଗି ଭୋଟ୍। ହେଲେ ନଜରରେ ବିବାଦୀୟ କୋଟିଆ ଅଞ୍ଚଳ। ଓଡ଼ିଶାର ତୀବ୍ର ବିରୋଧ ପରେ ନଇଁଛି ଆନ୍ଧ୍ର। କୋଟିଆ ପଞ୍ଚାୟତର ନେରେଡିୱାଲସାରେ ହେବାକୁ ଥିବା ବୁଥକୁ ଆନ୍ଧ୍ର ନିଜ ସୀମା ଭିତରେ ଥିବା ସାରିକାକୁ ଉଠାଇ ନେଇଛି। ଅନ୍ୟପଟେ ଭୋଟରଙ୍କୁ ଆନ୍ଧ୍ର ନେଲାବେଳେ ଅଟକ ରଖିଲା ପୁଲିସ। ଶୁଙ୍କି ଘାଟିରେ ଯାଞ୍ଚ ପରେ ଅଟକ ରଖିଲା। ନେରେଡିବାଲସାରୁ ସାରକି ବୁଥକୁ ଯାଉଥିଲେ ଭୋଟର।
କୋଟିଆରେ ଥିବା ଆନ୍ଧ୍ର ଭୋଟର ଭୋଟ ଦେଇଥିବା ସୂଚନା ମିଳିଛି। ସାରିକାରେ ଆୟୋଜିତ ମତଦାନ କେନ୍ଦ୍ରକୁ ଯାଇ ସେମାନେ ଭୋଟ୍ ଦେଇଥିବା ସୂଚନା ମିଳିଛି। ଭୋଟ୍ ଦେଇ ଫେରିବା ବେଳେ ପୁଲିସ ଓ ସ୍ଥାନୀୟ ଲୋକଙ୍କ କଥା କଟାକଟି ହୋଇଥିବା ସୂଚନା ମିଳିଛି। କେମିତି ଓ କେଉଁ ପରିସ୍ଥିତିରେ ଦେଲେ ଭୋଟ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଏନେଇ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ।
ସେପଟେ ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିବାଦୀୟ କୋଟିଆର ୨୧ ଖଣ୍ଡ ଗ୍ରାମରେ ଅନୁପ୍ରବେଶ ଜାରି ରଖିଥିବା ଆନ୍ଧ୍ର ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ପଦ ଲାଗି କୋଟିଆରୁ ଭୋଟ ହାତେଇବାକୁ ନେରେଡ଼ିୱାଲସାରେ ବୁଥ୍ କରିଥିଲା।
କୋଟିଆର ଉପରସେମ୍ବିରେ ଆନ୍ଧ୍ର କରିଥିବା ପୁଲିସ ଚେକ୍ ପୋଷ୍ଟକୁ ଭାଙ୍ଗି କବଜାକୁ ନେଇଥିଲା ଓଡ଼ିଶା। ୩ଟି ଚେକ୍ ଗେଟରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ମାଟି, ଗୋଡି ପାଇଁ ରକ୍ତାକ୍ତ ହେଲା ରାଜଧାନୀ ; ବିଚ୍ ରାସ୍ତାରେ ଗୁଳିକାଣ୍ଡ, ଗଡ଼ିଲା ମୁଣ୍ଡ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।