01 NOVEMBER 2026

Welcome!

Unlock your personalized experience.
Sign Up

ଗାଁ ସଫେଇ ସହ ଗଛ ଲଗାଉଛନ୍ତି ମହିଳା: ସନ୍ଧ୍ୟା ହେଲେ ଭାଗବତ ଚର୍ଚ୍ଚା

Nov 01, 2026 - 05:15
ଗାଁ ସଫେଇ ସହ ଗଛ ଲଗାଉଛନ୍ତି ମହିଳା: ସନ୍ଧ୍ୟା ହେଲେ ଭାଗବତ ଚର୍ଚ୍ଚା

ଅନୁଗୋଳ (ପ୍ରଭାତ ବେହେରା): ବନ୍ତଳା ଗାଁକୁ ସୁସ୍ଥ ରଖିବା ପାଇଁ ମହିଳାମାନେ ଶପଥ ନେଇଛନ୍ତି। ଗାଁର ସ୍ୱଚ୍ଛତା ନିମନ୍ତେ ମହିଳାମାନେ ଅଣ୍ଟା ଭିଡ଼ିଛନ୍ତି। ସେମାନେ ପ୍ରତିମାସ ଗାଁ ସଫେଇ କରିବା ସହ ପ୍ରତିବର୍ଷ ବୃକ୍ଷରୋପଣ ମଧ୍ୟ କରୁଛନ୍ତି। ସେହିପରି ସନ୍ଧ୍ୟା ସମୟରେ ହେଉଛି ଭାଗବତ ଚର୍ଚ୍ଚା।

ISRO: ଏନ୍‌ଭିଏସ୍‌-୦୩ ଉତ୍‌କ୍ଷେପଣ; ୩ଟି ପାଇରୋ ଭାଲ୍‌ଭ ଖୋଲା ରଖିଥିଲା ଇସ୍ରୋ

ଗାଁ ହେଉ କି ସହର ସବୁଠି ଆବର୍ଜନାର ଚିନ୍ତା। ଗାଁକୁ ଯେତିକି ଆଧୁନିକତା ସ୍ପର୍ଶ କରୁଛି, ସେହି ଅନୁପାତରେ ପରିବେଶ ମଧ୍ୟ ନଷ୍ଟ ହେଉଛି। ବିଭିନ୍ନ ସ୍ଥାନରେ ଆବର୍ଜନା ଗଦା ହେଉଛି। ଫଳରେ ଗାଁ ପରିମଳ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ନିଜ ଗାଁକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଏକାଠି ହୋଇଛନ୍ତି ଅନୁଗୋଳ ବ୍ଲକ୍‌ ବନ୍ତଳା ଗାଁର ମହିଳା। ସେମାନେ ନିଜ ଗାଁକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଲାଗି ଶପଥ ନେଇଛନ୍ତି। ‘ଆବର୍ଜନା ପରିଚାଳନା’ ପ୍ରସଙ୍ଗକୁ ହୃଦୟଙ୍ଗମ କରି ସେମାନେ ଏକାଠି ହୋଇଥିବା ଗାଁର ମହିଳା ଲିପିକା ସାହୁ କହିଛନ୍ତି। ଗାଁ ସ୍ୱଚ୍ଛ ଓ ପରିଷ୍କାର ରହିଲେ ସମସ୍ତ ଲୋକ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ ବୋଲି ପ୍ରିୟାବ୍ରତୀ ସାହୁ, ମୀନାକ୍ଷୀ ସାହୁ, ସଂଘମିତ୍ରା ସାହୁ ଓ ସୀମା ସାହୁ କହିଛନ୍ତି। ପ୍ରତି ମାସରେ ଥରେ ମହିଳାମାନେ ଝାଡ଼ୁ ଧରି ଗାଁ ରାସ୍ତା ସଫେଇ କରୁଛନ୍ତି।

Petrol export: ପେଟ୍ରୋଲ ରପ୍ତାନି ଶୁଳ୍କ ହଟିଲା, ଡିଜେଲ ଓ ବିମାନ ଇନ୍ଧନ ଉପରେ ଟିକସ ବୃଦ୍ଧି

ସେହିପରି ଅଳିଆ ଆବର୍ଜନା ଗୋଟାଉଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ମହିଳାମାନେ ଗାଁ ପୋଖରୀ ଚାରିପାଖ ବି ସଫେଇ କରୁଛନ୍ତି। ଗାଁରେ ସନ୍ଧ୍ୟା ହେଲେ ମହିଳାମାନେ ଭାଗବତ ଚର୍ଚ୍ଚା କରୁଛନ୍ତି। ଏହା ଦ୍ବାରା ଗାଁରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଛି। ସେପଟେ ସବୁଜ ସୁନ୍ଦର ପରିବେଶ ସୃଷ୍ଟି ନିମନ୍ତେ ବୃକ୍ଷରୋପଣ ପ୍ରତି ଗୁରୁତ୍ବ ଦେଉଛନ୍ତି। ଗତ ୩ବର୍ଷ ମଧ୍ୟରେ ଗାଁରେ ପ୍ରାୟ ହଜାରେ ଗଛ ଲଗାଇଥିବା ସେମାନେ କହିଛନ୍ତି। ଗଛ ଲଗାଇ ସବୁଜ ପରିବେଶ ସୃଷ୍ଟି ପାଇଁ ‌ସେମାନେ ଲକ୍ଷ୍ୟ ରଖିଛନ୍ତି। ଆଗକୁ ମଧ୍ୟ ଗାଁ ସଫେଇ, ଭାଗବତ ପାଠ ସହ ବୃକ୍ଷରୋପଣ ଇତ୍ୟାଦି କାମ ଚାଲୁ ରହିବ ବୋଲି ଲିପିକା ସାହୁ ପ୍ରକାଶ କରିଛନ୍ତି। ଏଭଳି କରି ବନ୍ତଳା ଗାଁର ମହିଳାମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।