ଡ୍ରିମ୍ସରେ ପୂଜ୍ୟପୂଜା ସମାରୋହ: ୫ ବିଶିଷ୍ଟ ବ୍ୟକ୍ତିଙ୍କୁ ଧନେଶ୍ବର ରଥ ସ୍ମୃତି ସମ୍ମାନ
କଟକ: କର୍ମଯୋଗୀ ଧନେଶ୍ବର ରଥଙ୍କ ୩୨ତମ ପୁଣ୍ୟତିଥିରେ ‘ପୂଜ୍ୟପୂଜା ସମାରୋହ’ ଡ୍ରିମ୍ସ ବିଶ୍ବବିଦ୍ୟାଳୟ ପରିସରସ୍ଥିତ ଜୟଶ୍ରୀ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କର୍ମଯୋଗୀ ଧନେଶ୍ବର ରଥଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ କରାଯାଇଥିଲା। ଧନେଶ୍ବର ରଥ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଆୟୋଜିତ ସତୀର୍ଥ ସମାରୋହରେ ଶ୍ରୀମନ୍ଦିର ଛତିଶା ନିଯୋଗର ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଦାଶ ବେନହୁର, ବିଶିଷ୍ଟ କଣ୍ଠଶିଳ୍ପୀ ତୃପ୍ତି ଦାସ, ବିଶିଷ୍ଟ ସମାଜସେବୀ ସୁଜାତା ପଟ୍ଟନାୟକ ଏବଂ ଭାରତୀୟ କ୍ରିକେଟ ତାରକା ବସନ୍ତ ମହାନ୍ତିଙ୍କୁ ‘ଧନେଶ୍ବର ରଥ ସ୍ମୃତି ସମ୍ମାନ–୨୦୨୬’ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ଶ୍ରୀ ଜଗନ୍ନାଥଙ୍କ ଖଣ୍ତୁଆ, ଉପଢୌକନ ଏବଂ ୨୫ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା।
Skil development: ଗ୍ରାମାଞ୍ଚଳର ଯୁବପିଢିଙ୍କ ଦକ୍ଷତା ବିକାଶ କରୁଛି ବେଦକ୍ଷତା
ସମାରୋହରେ ମୁଖ୍ୟଅତିଥି ଭାବରେ କାଶୀ ସୁମେରୁ ପୀଠାଧୀଶ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନରେନ୍ଦ୍ରାନନ୍ଦ ସରସ୍ବତୀ ସନାତନୀ ହିନ୍ଦୁ ଧର୍ମର ମହାନ ପରମ୍ପରା ଓ ବେଦର ଶ୍ରେଷ୍ଠତା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ପ୍ରବକ୍ତା ବାବା ସତ୍ୟାନନ୍ଦ ଦାସ ପିତାମାତାଙ୍କୁ ଭକ୍ତି ଓ ସମ୍ମାନ ସନ୍ତାନକୁ ଯଶସ୍ବୀ କରେ ବୋଲି କହିଥିଲେ। ଧନେଶ୍ବର ରଥ ଫାଉଣ୍ଡେସନ୍ ଅଧ୍ୟକ୍ଷ ଇଂ ଲଳିତ ମୋହନ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଡ୍ରିମ୍ସ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ପ୍ରମୋଦ ଚନ୍ଦ୍ର ରଥ, ସନ୍ଥ ବ୍ରିଜଭୂଷଣ ତ୍ରିପାଠୀ, ଡ୍ରିମ୍ସ ବିଶ୍ବବିଦ୍ୟାଳୟର ଉପ କୁଳପତି ପ୍ରଫେସର ଡ. ରମାକାନ୍ତ ପାଣିଗ୍ରାହୀ, ରେଜିଷ୍ଟ୍ରାର କୃଷ୍ଣ ପ୍ରସାଦ ପତି, ଇଂ ପ୍ରଭାକର ସ୍ବାଇଁ, ଇଂ ଅଶୋକ କୁମାର ବାସା, ଡ. ବିଜୟାନନ୍ଦ ସିଂ, ବିପିୟୁଟି କୁଳପତି ପ୍ରଫେସର ଡ. ଅମିୟ କୁମାର ରଥ, ଅବସରପ୍ରାପ୍ତ ପ୍ରଶାସକ ପ୍ରଫୁଲ୍ଲ ଚନ୍ଦ୍ର ରଥ, ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, ସହ ଅଧ୍ୟକ୍ଷ ଇଂ ଦୁର୍ଗାପ୍ରସାଦ ରଥ, ପ୍ରଶାନ୍ତ ଚନ୍ଦ୍ର ରଥ, ଆୟକର ବିଭାଗର ଆୟୁକ୍ତ ସମ୍ବିତ ମିଶ୍ର, ନିର୍ଦ୍ଦେଶିକା ଚିନ୍ମୟୀ ରଥ, ପ୍ରଫେସର ସୁଶାନ୍ତ କୁମାର ଦାସ, ଶିକ୍ଷାବିତ୍ ଉତ୍କଳ ରଂଜନ ଦାସ, ପ୍ରାଧ୍ୟାପକ ଲୋକନାଥ ବେହେରା, ଅଧ୍ୟାପକ ଡ. ଅଜିତ୍ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାଧ୍ୟାପିକା ଡ. ଅନୁରେଖା ନାୟକ କାର୍ଯ୍ୟକ୍ରମ ସଂଯୋଜନା ଓ ଫାଉଣ୍ଡେସନର ଆବାହକ ନିରାକାର ସାହୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସ୍ମରଣିକା ‘ଅମୃତ ଅନୁଭବ’ ଉନ୍ମୋଚନ ହୋଇଥିଲା।
Protest: ସିଇସି ବିରୋଧରେ ଆନ୍ଦୋଳନ ଜାରି ରଖିବେ ଛାତ୍ର ସଂଗଠନ, ସିଜେପି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।