ଡ୍ୟୁଟି ସମୟରେ ମୋବାଇଲ୍ ବ୍ୟବହାର ମନା - କମିଶନରେଟ ପୋଲିସ

Sep 21, 2026 - 14:54
ଡ୍ୟୁଟି ସମୟରେ ମୋବାଇଲ୍ ବ୍ୟବହାର ମନା - କମିଶନରେଟ ପୋଲିସ

ଭୁବନେଶ୍ୱର: ଓଡ଼ିଶା ପୋଲିସ କର୍ମଚାରୀଙ୍କ ପାଇଁ ଡ୍ୟୁଟି ସମୟରେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଭୁବନେଶ୍ୱର-କଟକ ପୋଲିସ କମିସନରେଟ୍ ପକ୍ଷରୁ ସୋସିଆଲ ମିଡିଆ ଓ ମୋବାଇଲ ବ୍ୟବହାର ନେଇ ମାର୍ଗଦର୍ଶିକା ପ୍ରକାଶ ପାଇଛି । ଅନୁମତି ବିନା ସୋସିଆଲ ମିଡିଆରେ ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

ଡ୍ୟୁଟିରେ ଥିବା ସମୟରେ କୌଣସି ପୋଲିସ କର୍ମଚାରୀ ଅନୁମତି ବିନା ସୋସିଆଲ ମିଡିଆରେ ଫଟୋ ବା ଭିଡିଓ ପୋଷ୍ଟ କରିପାରିବେ ନାହିଁ । ବିଶେଷ କରି ଲୋକ ସେବା ଭବନ, ଲୋକ ଭବନ, ଶ୍ରୀ ଲିଙ୍ଗରାଜ ମନ୍ଦିର, ଓଡ଼ିଶା ବିଧାନସଭା, ଓଡ଼ିଶା ହାଇକୋର୍ଟ, ଆରବିଆଇ (RBI) ଏବଂ ଅସ୍ତ୍ରାଗାର ଭଳି ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ସ୍ଥାନରେ ମୋବାଇଲ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ହୋଇଛି । 

ପୋଲିସ ସେବା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା, କର୍ତ୍ତବ୍ୟରେ ଅବହେଳା ରୋକିବା, ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବା ଏବଂ ସରକାରୀ ଗୁପ୍ତତା ବଜାୟ ରଖିବା ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ ଅଟେ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।