ତାରାଙ୍କୁ ମିଳିଥିଲା ପରିବାରର ସହଯୋଗ
ବଲିଉଡରେ ଆଠ ବର୍ଷର ଯାତ୍ରା ସମ୍ପର୍କରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ତାରା ସୁତରିଆ ମନଖୋଲି କଥା ହୋଇଛନ୍ତି । କ୍ୟାରିୟରର ଆରମ୍ଭରେ ସେ ଅତି କମ୍ ଲୋକଙ୍କୁ ଜାଣିଥିଲେ ଏବଂ ଏହି ଇଣ୍ଡଷ୍ଟ୍ରିର କାର୍ଯ୍ୟଶୈଳୀକୁ ବୁଝିବା ପାଇଁ ତାଙ୍କୁ ବହୁତ ବର୍ଷ ଲାଗିଯାଇଥିଲା । ଫିଲ୍ମ ପରିବାରରୁ ନଆସିଥିବା କଳାକାରଙ୍କ ପାଇଁ ଏହା ଏକ ସମ୍ପୂର୍ଣ୍ଣ ଭିନ୍ନ ଅନୁଭୂତି ହୋଇଥାଏବୋଲି ତାରା ମତ ଦେଇଛନ୍ତି । ନିଜର ଏହି ଅନୁଭୂତିକୁ କଷ୍ଟକରବୋଲି ସେ ବର୍ଣ୍ଣନା କରିଛନ୍ତି । ସେହିଭଳି ପରିବାରର ସହଯୋଗ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, ଯେଉଁଥିପାଇଁ ସେ ଏତେ ଆଗକୁ ଆସିଛନ୍ତି ବୋଲି ତାରା ପ୍ରକାଶ କରିଛନ୍ତି । ହେଲେ କ୍ୟାରିୟର ଆରମ୍ଭରୁ ତାଙ୍କୁ କିଛି ସମସ୍ୟା ହୋଇଥିଲା । ବଲିଉଡ ପ୍ରୋ-ଆକ୍ଟିଭ୍ ହୋଇଥିବାରୁ ଏଠାରେ ଇଣ୍ଟ୍ରୋଭର୍ଟ ବ୍ୟକ୍ତିଙ୍କ ପାଇଁ ନିଜକୁ ପ୍ରକାଶ କରିବା ଖୁବ ଚାଲେଞ୍ଜିଂ ହୋଇଥାଏ । ସେହିଭଳି ବର୍ତ୍ତମାନ ସେ ନିଜ କ୍ୟାରିୟରରେ ଫିଲ୍ମ ଚୟନବେଳେ କ୍ୱାଲିଟି ଉପରେ ଅଧିକ ଧ୍ୟାନ ଦେଉଛନ୍ତିବୋଲି ତାରା ପ୍ରକାଶ କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।