ଦିନଟିଏ ପରେ ପୁଣି ବଢିବ ଓମ୍ଫେଡ ଦର
ଭୁବନେଶ୍ୱର : ପୁଣି ବଢିବ ଓମଫେଡ୍ କ୍ଷୀର ଦର । ଆଉ ଦିନଟିଏ ପରେ ଅର୍ଥାତ ଆସନ୍ତା ୪ ତାରିଖରୁ ଓମଫେଡ୍ କ୍ଷୀର ଦର ବୃଦ୍ଧି କରିବାକୁ ଯାଉଛି । ପ୍ରତି ଲିଟରରେ ୨ରୁ ୪ ଟଙ୍କା ବଢିଛି କ୍ଷୀର ଦର । ଓମଫେଡ୍ ପରିଚାଳନା କମିଟିର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ କ୍ଷୀର ପ୍ୟାକେଟ୍ ଉପରେ ଲିଟର ପ୍ରତି ୨ ଟଙ୍କାରୁ ୪ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରାଯାଇଛି ।
ଟୋନ୍ଡ୍ ମିଲ୍କର ମୂଲ୍ୟ ଲିଟର ପିଛା ୪ ଟଙ୍କା ବୃଦ୍ଧି ହେବ। ୫୪ ଟଙ୍କାରୁ ବଢ଼ି ୫୮ ଟଙ୍କା ପ୍ରତି ଲିଟର ହୋଇଥିବାବେଳେ ୫୦୦ ମିଲି. ଟୋନ୍ଡ୍ ମିଲ୍କ ପ୍ୟାକେଟ୍ର ଦାମ ୨ ଟଙ୍କା ବଢ଼ିଛି ।
ସେହିପରି ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ପାଇ ଲିଟର ପିଛା ୫୮ ଟଙ୍କାରୁ ୬୦ ଟଙ୍କା ହେବ। ଏହାସହ ପ୍ରିମିୟମ ଦୁଗ୍ଧ ପ୍ୟାକେଟ୍ (୫୦୦ ମି.ଲି) ୧ ଟଙ୍କା ବୃଦ୍ଧି ହେବ ।
ଅନ୍ୟପଟେ, ଗୋଲ୍ଡ ପ୍ଲସ୍ ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ହୋଇ ଲିଟର ୬୪ ଟଙ୍କାରୁ ବୃଦ୍ଧି ପାଇ ୬୬ ଟଙ୍କା ହେବ। ଗୋଲ୍ଡ ପ୍ଲସ୍ ଦୁଗ୍ଧ ପ୍ୟାକେଟ୍ (୫୦୦ ମି.ଲି) ୧ ଟଙ୍କା ବୃଦ୍ଧି ହେବ। ଦରବୃଦ୍ଧି ଭିତରେ ଖାଉଟି ହନ୍ତସନ୍ତ ହେଉଥିବାବେଳ ହଠାତ କ୍ଷୀର ଦରବୃଦ୍ଧି ପୁଣି ମାସିକ ବଜେଟ୍ ବିଗାଡିବାକୁ ଯାଉଛି । ଏହାସହ ବଜାରରେ ଦହି, ଛେନା, ପନିର ଏବଂ ଚା' ଆଦି ଦୁଗ୍ଧଜାତ ସାମଗ୍ରୀର ଦର ମଧ୍ୟ ବଢ଼ିବା ଆଶଙ୍କା ରହିଛି । ଚାଷୀମାନଙ୍କ ଠାରୁ କ୍ଷୀର ସଂଗ୍ରହ ମୂଲ୍ୟ ବୃଦ୍ଧି ପାଇବା ପରେ ଖାଉଟିଙ୍କ ପାଇଁ ଏହି ଖୁଚୁରା ଦର ବଢ଼ାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।