ଦିବ୍ୟାଙ୍କର ଏଭରେଷ୍ଟ ଚଢା

Nov 01, 2026 - 14:50
ଦିବ୍ୟାଙ୍କର ଏଭରେଷ୍ଟ ଚଢା

 

ହରିୟାଣାର କର୍ନାଲସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଚିଫ୍ ମ୍ୟାନେଜର ପ୍ରଦୀପ ମୁଣ୍ଡେଜା , ଏଭରେଷ୍ଟ ବେସ୍ କ୍ୟାମ୍ପ (୫,୩୬୪ ମିଟର) ସଫଳତାର ସହ ଆରୋହଣ କରି ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛନ୍ତି ।  ତେବେ ଜଣେ ଶ୍ରୁତି ବାଧିତ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତିକୁ ସାମନା କରିବାକୁ ପଡିଥିଲା । ମାତ୍ର ସାତ ବର୍ଷ ବୟସରୁ ସମ୍ପୂର୍ଣ୍ଣ ଶ୍ରବଣଶକ୍ତି ହରାଇଥିବା ମୁଣ୍ଡେଜା କଠିନ ପ୍ରଶିକ୍ଷଣ ଓ ମାନସିକ ଦୃଢ଼ତା ବଳରେ ଦୁର୍ଗମ ପାହାଡ଼ିଆ ରାସ୍ତା, କମ୍ ଅମ୍ଳଜାନ, ଅତ୍ୟଧିକ ଥଣ୍ଡା ଏବଂ ଅପ୍ରତ୍ୟାଶିତ ପାଣିପାଗ ସତ୍ତ୍ୱେ ଏହି ୧୩୦ କିଲୋମିଟର ପରିଶ୍ରମପୂର୍ଣ୍ଣ ପଦଯାତ୍ରା ସମ୍ପୂର୍ଣ୍ଣ କରିଛନ୍ତି । ନିଜର ଏହି ସଫଳତାକୁ ଏକ ସ୍ୱପ୍ନ ସାକାର ହେବାର ଯାତ୍ରା ବୋଲି ସେ ଅଭିହିତ କରିଛନ୍ତି । ଏହାସହ ଦୃଢ଼ ସଂକଳ୍ପ ଓ ପ୍ରସ୍ତୁତି ଥିଲେ କୌଣସି ସ୍ୱପ୍ନ ପୂରଣ ହେବାରୁ ବଞ୍ଚିତ ହୋଇପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି । ସୋସିଆଲ ମିଡିଆରେ ତାଙ୍କର କାହାଣୀ ଖୁବ ଭାଇରାଲ ହେବାରେ ଲାଗିଛି । ସମସ୍ତେ ତାଙ୍କର ମନବଳ ଓ ଇଚ୍ଛାଶକ୍ତିର ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।