ଦିଲ୍ଲୀ ବିଲ୍ଡିଂ ଭୁଶୁଡ଼ିବା ମାମଲା: ପେଇଁ ଗେଷ୍ଟ ଅପରେଟରଙ୍କୁ ଆଗୁଆ ଜାମିନ ମିଳିଲାନି

Sep 11, 2026 - 16:42
ଦିଲ୍ଲୀ ବିଲ୍ଡିଂ ଭୁଶୁଡ଼ିବା ମାମଲା: ପେଇଁ ଗେଷ୍ଟ ଅପରେଟରଙ୍କୁ ଆଗୁଆ ଜାମିନ ମିଳିଲାନି

ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନରେ ବିଲ୍ଡିଂ ଭୁଶୁଡ଼ି ୭ ଜଣଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ପେଇଁ ଗେଷ୍ଟ ଅପରେଟର ଶୁଭମ ତ୍ୟାଗୀଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଛନ୍ତି ଦିଲ୍ଲୀର ଏକ କୋର୍ଟ। ମାମଲାରେ ତଦନ୍ତ ଜାରି ଥିବା ବେଳେ ଅଧିକ ତଦନ୍ତ ଓ ଅଭିଯୁକ୍ତଙ୍କୁ ପଚରାଉଚରାର ଆବଶ୍ୟକତା ଥିବା ଦର୍ଶାଇ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁସାରେ, ଶୁଭମ ତ୍ୟାଗୀ ସତ୍ୟ ନିକେତନରେ ପେଇଂ ଗେଷ୍ଟ୍ ଚଳାଉଥିଲେ। ସେ ଦାବି କରିଥିଲେ ଯେ, ଏହି ବ୍ୟବସାୟରେ ସେ କେବଳ ଟଙ୍କା ନିବେଶ କରିଥିଲେ ଏବଂ ବିଲ୍ଡିଂ ଉପରେ ତାଙ୍କର କୌଣସି ମାଲିକାନା କିମ୍ବା ନିୟନ୍ତ୍ରଣ ନଥିଲା। କିନ୍ତୁ ତଦନ୍ତକାରୀ ସଂସ୍ଥା କୋର୍ଟରେ ଦ୍ୱିତୀୟ ଏକ ଭଡ଼ା ଚୁକ୍ତି ଉପସ୍ଥାପନ କରିଥିଲା, ଯେଉଁଥିରେ ଦ୍ୱିତୀୟ ଓ ତୃତୀୟ ମହଲା ପାଇଁ ତ୍ୟାଗୀଙ୍କ ନାମ ଲିଜ୍‌ଧାରୀ ଭାବେ ଥିଲା। କୋର୍ଟ ଉଲ୍ଲେଖ କରିଛନ୍ତି ଯେ, ଏହି ଚୁକ୍ତିକୁ ତ୍ୟାଗୀ ନିଜ ଜାମିନ ଆବେଦନରେ ପ୍ରକାଶ କରିନଥିଲେ। ଏହାସହ ତାଙ୍କର ଓ ସହ-ଅଭିଯୁକ୍ତ ସୁଧାଂଶୁଙ୍କ ଭଡ଼ା ଚୁକ୍ତି ପ୍ରାୟ ସମାନ ସମୟରେ ହୋଇଥିବା ଏବଂ ଦୁହେଁ ପରସ୍ପରଙ୍କ ଚୁକ୍ତିରେ ସାକ୍ଷୀ ଭାବେ ସହି କରିଥିବା କଥା ମଧ୍ୟ କୋର୍ଟ ଧ୍ୟାନକୁ ନେଇଛନ୍ତି। ଏହି ପରିସ୍ଥିତି ପେଇଁ ଗେଷ୍ଟ ବ୍ୟବସାୟରେ ଉଭୟଙ୍କ ମିଳିତ ଭୂମିକା ଥିବା ଦିଗକୁ ଇଙ୍ଗିତ କରୁଥିବା କୋର୍ଟ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।