ପଦୋନ୍ନତି ନେବାକୁ ମନାକରୁଛନ୍ତି ଯୁବପିଢି

Sep 16, 2026 - 16:30
ପଦୋନ୍ନତି ନେବାକୁ ମନାକରୁଛନ୍ତି ଯୁବପିଢି

 

ମାନସିକ ଚାପରୁ ଦୂରେଇ ରହିବା ପାଇଁ ବର୍ତ୍ତମାନର ଯୁବପିଢ଼ି ବା ଜେନ ଜି ଚାକିରିରେ ପଦୋନ୍ନତି ନେବାକୁ ସିଧାସଳଖ ମନା କରୁଛନ୍ତି । ଚୀନ୍ ସମେତ ବିଶ୍ୱସାରା ବୃଦ୍ଧି ପାଉଥିବା ଏହି ନୂଆ କାର୍ଯ୍ୟଶୈଳିକୁ 'କନସିଅସ୍ ଅନବୋସିଂ'  କୁହାଯାଉଛି । ଯେଉଁଥିରେ ପଦୋନ୍ନତି ସହ ଆସୁଥିବା ଅତିରିକ୍ତ ଦାୟିତ୍ୱ ଓ କାର୍ଯ୍ୟଭାରକୁ ଏଡ଼ାଇବା ପାଇଁ ଯୁବକର୍ମଚାରୀମାନେ ପଦୋନ୍ନତିକୁ ପ୍ରତ୍ୟାଖ୍ୟାନ କରୁଛନ୍ତି । ସେହିଭଳି ଏକାଧିକ ଉଦାହରଣ ସେଠାରେ ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଜୁନ୍ ନାମ୍ନୀ ଜଣେ ମହିଳା କର୍ମଚାରୀ ନିଜ ଚାକିରି କାଳ ମଧ୍ୟରେ ତିନିଥର ପ୍ରୋମୋସନ୍ ମନା କରିଥିବା ବେଳେ ଥରେ ଟ୍ରେନିଂ ସେଣ୍ଟର ହେଡ୍ ହେବାର ମାତ୍ର ଦୁଇ ସପ୍ତାହ ମଧ୍ୟରେ କାର୍ଯ୍ୟଚାପ ସହି ନପାରି ନିଜ ପୁରୁଣା ପଦବୀକୁ ଫେରିଆସିଥିଲେ । ସେହିପରି ଅନ୍ୟ ଜଣେ କର୍ମଚାରୀ ଟିମ୍ ଲିଡର୍ ହେବା ପରେ ଦରମା ବୃଦ୍ଧି ତୁଳନାରେ ଅଧିକ ଦାୟିତ୍ୱ ଓ ଚାପ ମିଳୁଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିଛନ୍ତି । 'ରବର୍ଟ ୱାଲ୍ଟର୍ସ' ସଂସ୍ଥାର ଏକ ସର୍ଭେ ଅନୁଯାୟୀ, ୫୦ ପ୍ରତିଶତରୁ ଅଧିକ ଜେନ୍-ଜି ଯୁବପିଢ଼ି ମ୍ୟାନେଜର୍ ହେବାକୁ ଚାହୁଁନାହାନ୍ତି ଏବଂ ପ୍ରାୟ ୭୨ ପ୍ରତିଶତ କର୍ମଚାରୀ ଅନ୍ୟମାନଙ୍କୁ ପରିଚାଳନା କରିବା ଅପେକ୍ଷା ନିଜର ବ୍ୟକ୍ତିଗତ ଦକ୍ଷତା ବୃଦ୍ଧି କରିବାକୁ ଅଧିକ ପ୍ରାଥମିକତା ଦେଉଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।