‘ପରିବର୍ତ୍ତିତ ଫର୍ମ ୬କୁ ଆମେ ଅନୁମୋଦନ କରିନାହୁ’ : ସୁପ୍ରିମ୍ କୋର୍ଟଙ୍କ ବଡ଼ ଟିପ୍ପଣୀ

Oct 05, 2026 - 14:16
‘ପରିବର୍ତ୍ତିତ ଫର୍ମ ୬କୁ ଆମେ ଅନୁମୋଦନ କରିନାହୁ’ :  ସୁପ୍ରିମ୍ କୋର୍ଟଙ୍କ ବଡ଼ ଟିପ୍ପଣୀ

ନୂଆଦିଲ୍ଲୀ : ସୋମବାର ସୁପ୍ରିମକୋର୍ଟ କହିଛନ୍ତି ଯେ ନୂଆ ଭୋଟରଙ୍କ ପଞ୍ଜୀକରଣ ପାଇଁ ବ୍ୟବହୃତ ଆବେଦନ ଫର୍ମ ୬ରେ କରାଯାଇଥିବା କୌଣସି ପରିବର୍ତ୍ତନକୁ ଅଦାଲତ ଅନୁମୋଦନ କରିନାହାନ୍ତି। ନିର୍ବାଚନୀ ତାଲିକାର ଚାଲୁଥିବା ଏସ୍‌ଆଇଆର ସମୟରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଦ୍ୱାରା ପ୍ରୟୋଗ କରାଯାଇଥିବା କ୍ଷମତାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ସମୟରେ ଅଦାଲତ ଏହି ଟିପ୍ପଣୀ ଦେଇଥିଲେ। ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, ଏହି ପରିବର୍ତ୍ତନ କରିଛନ୍ତି, ତାହା ଜାଣିବା ପାଇଁ ଅଦାଲତ ରେକର୍ଡ ଯାଞ୍ଚ କରିବାକୁ ଚାହୁଁଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ପରିବର୍ତ୍ତିତ ଫର୍ମ ୬କୁ ଆମେ ଅନୁମୋଦନ କରିନାହୁଁ। ଏହା ସ୍ପଷ୍ଟ ଭାବେ ବୁଝିନିଅନ୍ତୁ। ସେ ଆହୁରି ମଧ୍ୟ କହିଛନ୍ତି, ରେକର୍ଡ ଦାଖଲ ହେବା ପରେ ଆମେ ଦେଖିବାକୁ ଚାହୁଛୁ ଯେ ଫର୍ମ ୬ରେ କିଏ ପରିବର୍ତ୍ତନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଏସ୍‌ଆଇଆର ପ୍ରକ୍ରିୟା ସମୟରେ ଫର୍ମ ୬ ମାଧ୍ୟମରେ ଅନଲାଇନ୍ ନୂଆ ଭୋଟର ପଞ୍ଜୀକରଣ ପ୍ରକ୍ରିୟାରେ ଇସିଆଇ ଦ୍ୱାରା ଏକ ଅତିରିକ୍ତ ଘୋଷଣା ଯୋଡ଼ାଯିବାକୁ ନେଇ ବିବାଦ ଦେଖାଦେଇଛି। ନିର୍ବାଚନୀ ତାଲିକାରୁ ମୃତ, ନିଖୋଜ ଏବଂ ବେଆଇନ ଭୋଟରମାନଙ୍କୁ ଚିହ୍ନଟ କରି ବାଦ ଦେବା ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ଥିଲା। ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଥିଲା ଇଣ୍ଡିଆନ୍‌ ଏପ୍ରପ୍ରେସ୍‌ର ଏକ ରିପୋର୍ଟ ପରେ। ରିପୋର୍ଟ ଅନୁସାରେ, ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ଏସ୍‌ଆଇଆର୍‌ ପ୍ରକ୍ରିୟାରେ ଏହି ଅତିରିକ୍ତ ଆବଶ୍ୟକତାକୁ ନେଇ ଆପତ୍ତି ଉଠାଇଥିଲେ। ସେମାନଙ୍କ ଚିନ୍ତା ଥିଲା ଯେ ଫର୍ମ ୬ ହେଉଛି ରେଜିଷ୍ଟ୍ରେସନ୍‌ ଅଫ୍‌ ଇଲେକ୍ଟର୍‌ସ ରୁଲ୍‌ସ, ୧୯୬୦ ଅଧୀନରେ ନିର୍ଦ୍ଧାରିତ ଏକ ଆଇନଗତ ଫର୍ମ। ତେଣୁ ନିୟମକୁ ଔପଚାରିକ ଭାବେ ସଂଶୋଧନ ନକରି ଏହି ଫର୍ମରେ ପରିବର୍ତ୍ତନ କରାଯାଇପାରିବ କି ନାହିଁ, ସେନେଇ ପ୍ରଶ୍ନ ଉଠିଥିଲା। ତେବେ ସୁପ୍ରିମ୍ କୋର୍ଟ ଅନ୍ତରୀଣ ଆଦେଶ ଦେବାକୁ ମନା କରିଥିଲେ। ଅଦାଲତ କହିଥିଲେ ଯେ ନିର୍ବାଚନ କମିସନର ସମସ୍ତ ନିଷ୍ପତ୍ତି ଆଇନ ଅନୁଯାୟୀ ନିଆଯାଇଛି ବୋଲି ଅଦାଲତ ପ୍ରାରମ୍ଭିକ ଭାବେ ଧରିନେବେ। ତେବେ ଏକପାଖିଆ ଭାବେ ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ଉପରେ ଇସିଆଇର ଉତ୍ତର ମାଗିଛନ୍ତି। ସିଜେଆଇ କହିଛନ୍ତି, ରିପୋର୍ଟଟି ସଠିକ୍ ହୋଇପାରେ କିମ୍ବା ଭୁଲ୍ ହୋଇପାରେ, କିନ୍ତୁ ଆମେ ତାହା ଆଧାରରେ ଆଦେଶ ଦେଇପାରିବୁ ନାହିଁ। ଆମକୁ ସେମାନଙ୍କ ଉତ୍ତର ଅପେକ୍ଷା କରିବାକୁ ପଡ଼ିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।