ପାକିସ୍ତାନରେ ହାହାକାର; ୮ ହଜାର ଟପିଲା LPG ଦର

Oct 24, 2026 - 20:20
ପାକିସ୍ତାନରେ ହାହାକାର; ୮ ହଜାର ଟପିଲା LPG ଦର

ଇସଲାମାବାଦ: ପାକିସ୍ତାନରେ ଏବେ ରୋଷେଇ ଗ୍ୟାସ୍‌କୁ ନେଇ ହାହାକାର ।

ଇରାନ ସହ ସୀମା ବନ୍ଦ ହେବା ପରେ ଦେଶରେ LPG ଯୋଗାଣ ଉପରେ ପଡ଼ିଛି ବଡ଼ ପ୍ରଭାବ ।

ଯେଉଁ ୧୨ କିଲୋ ଗ୍ୟାସ୍‌ ସିଲିଣ୍ଡର ପାଇଁ ପୂର୍ବରୁ ୪,୫୦୦ ପାକିସ୍ତାନୀ ଟଙ୍କା ଦେବାକୁ ପଡ଼ୁଥିଲା, ତାହାର ଦାମ୍‌ ବଢ଼ି ୭,୦୦୦ ଟଙ୍କାରେ ପହଞ୍ଚିଥିବା ରିପୋର୍ଟ ଆସିଛି ।

କେତେକ ସହରରେ ଦର ଆହୁରି ଅଧିକ ।

ଗୋଟିଏ ପଟେ ରୋଷେଇ ଖର୍ଚ୍ଚ ବଢ଼ୁଛି, ଅନ୍ୟପଟେ ଯୋଗାଣ କେବେ ସ୍ୱାଭାବିକ ହେବ, ତାହାକୁ ନେଇ ଚିନ୍ତାରେ ସାଧାରଣ ଲୋକ ।

Advertisment ରିପୋର୍ଟ ଅନୁସାରେ, ଅକ୍ଟୋବର ୧୭ ରେ ପାକିସ୍ତାନ ଓ ଇରାନ ମଧ୍ୟରେ ଥିବା ଗବ୍ଦ-ରିମଦାନ ଏବଂ ତାଫ୍ତାନ ସୀମା ପାରାପାର ପଥ ବନ୍ଦ ହୋଇଥିଲା ।

ପାକିସ୍ତାନର ବାଲୁଚିସ୍ତାନ ସରକାର ସୁରକ୍ଷା ଚିନ୍ତା ଓ ଚୋରାଚାଲାଣ ରୋକିବାକୁ କାରଣ ଦର୍ଶାଇଥିବା ବେଳେ ଇରାନ ପକ୍ଷରୁ ବୈଷୟିକ ସମସ୍ୟା କଥା କୁହାଯାଇଥିବା ଖବର ମିଳିଛି ।

ଏହି ନିଷ୍ପତ୍ତି ପରେ ଉଭୟ ପଟେ ଶହ ଶହ ଟ୍ୟାଙ୍କର ଅଟକି ରହିଥିବା ଏବଂ ଇରାନ ପଟେ ୪,୫୦୦ ମେଟ୍ରିକ୍‌ ଟନ୍‌ରୁ ଅଧିକ LPG ଅଟକିଥିବା ରିପୋର୍ଟ ହୋଇଛି ।

ଗବ୍ଦ-ରିମଦାନ ପଥରେ ଦୈନିକ ୪,୦୦୦ ମେଟ୍ରିକ୍‌ ଟନ୍‌ରୁ ଅଧିକ ଗ୍ୟାସ୍‌ ଆସୁଥିବା ଦାବି କରାଯାଇଛି ।

ଫଳରେ ପାକିସ୍ତାନର ଗ୍ୟାସ୍‌ ଯୋଗାଣ ବ୍ୟବସ୍ଥା ଉପରେ ଚାପ ବଢ଼ିଛି ।

Hidden Health Risk: ଖାଦ୍ୟ ରଖିବା ପାଇଁ ଖବରକାଗଜ ବ୍ୟବହାର କରୁଛନ୍ତି କି?

ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ ସୀମା ବନ୍ଦ ହେବାର କିଛି ଦିନ ମଧ୍ୟରେ ୧୨ କିଲୋ LPG ସିଲିଣ୍ଡରର ଦର ୪,୫୦୦ରୁ ବଢ଼ି ୭,୦୦୦ ପାକିସ୍ତାନୀ ଟଙ୍କା ହୋଇଥିବା ଖବର ଆସିଛି ।

ଲାହୋରରେ ସିଲିଣ୍ତର ଦର ପ୍ରାୟ ୭,୫୦୦ ଟଙ୍କା ଥିବା ବେଳେ ସ୍କାର୍ଦୁରେ ପ୍ରାୟ ୮,୨୦୦ ଟଙ୍କା ।

ଏବଂ ଅନ୍ୟ କେତେକ ସ୍ଥାନରେ ଆହୁରି ଅଧିକ ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି ।

ପାକିସ୍ତାନର ବାର୍ଷିକ LPG ଆବଶ୍ୟକତା ପ୍ରାୟ ୨୦ ଲକ୍ଷ ମେଟ୍ରିକ୍‌ ଟନ୍‌ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ଏହାର ପ୍ରାୟ ୭୦ ପ୍ରତିଶତ ଆମଦାନି ଉପରେ ନିର୍ଭର କରୁଥିବା ବେଳେ ଘରୋଇ ଉତ୍ପାଦନ ଦୈନିକ ପ୍ରାୟ ୨,୦୦୦ରୁ ୨,୫୦୦ ମେଟ୍ରିକ୍‌ ଟନ୍‌ ରହିଥିବା କୁହାଯାଇଛି ।

ଇରାନରୁ ସ୍ଥଳପଥରେ ମିଳୁଥିବା ଗ୍ୟାସ୍‌ ତୁଳନାମୂଳକ ଶସ୍ତା ହୋଇଥିବାରୁ ଏହା ପାକିସ୍ତାନର ଏକ ପ୍ରମୁଖ ଯୋଗାଣ ଉତ୍ସ ଥିଲା ।

ଏବେ ବିକଳ୍ପ ଦେଶରୁ କିମ୍ବା ସମୁଦ୍ରପଥରେ ଗ୍ୟାସ୍‌ ଆଣିବାକୁ ପଡ଼ିଲେ ଅଧିକ ଖର୍ଚ୍ଚ ଓ ସମୟ ଲାଗିପାରେ ।

ଏହାର ପ୍ରଭାବ କେବଳ ରୋଷେଇ ଗ୍ୟାସ୍‌ ନୁହେଁ, ପରିବହନ ଓ ବ୍ୟବସାୟ ଉପରେ ମଧ୍ୟ ପଡ଼ିପାରେ ।

ଗବ୍ଦ-ରିମଦାନ ସୀମାପଥକୁ ଆଳୁ ଓ କଦଳୀ ଭଳି କେତେକ ପାକିସ୍ତାନୀ ସାମଗ୍ରୀର ରପ୍ତାନି ପାଇଁ ପୁଣି ଖୋଲାଯାଇଥିଲେ ମଧ୍ୟ LPG ଆମଦାନି ସ୍ୱାଭାବିକ ହୋଇନାହିଁ ।

ଉଭୟ ଦେଶ ମଧ୍ୟରେ ଆଲୋଚନା ଚାଲିଥିବା କୁହାଯାଉଛି ।

ଶୀତ ଆରମ୍ଭ ହେଉଥିବାରୁ ପାହାଡ଼ିଆ ତଥା ଦୁର୍ଗମ ଅଞ୍ଚଳରେ ରୋଷେଇ ଏବଂ ଘର ଗରମ ରଖିବା ପାଇଁ ଏଲପିଜିର ଚାହିଦା ବହୁଗୁଣିତ ହୋଇଛି ।

କିନ୍ତୁ ଦର ଦୁଇଗୁଣରୁ ଅଧିକ ବୃଦ୍ଧି ପାଇବା ଏବଂ ଗ୍ୟାସ୍‌ର ଘୋର ଅଭାବ ସାଧାରଣ ଖାଉଟିଙ୍କୁ ଅସହାୟ କରିଦେଇଛି ।

ତେବେ ଶୀଘ୍ର ସମାଧାନ ନହେଲେ ମୁଦ୍ରାସ୍ଫୀତି ଆହୁରି ବଢ଼ିବା ସହ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ଦେଖାଦେଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।