ପାଣିରେ ବାଇକ ଚଲା
ଚୀନର ହୁନାନ୍ ପ୍ରଦେଶରେ ଅବସ୍ଥିତ ଚୀନ୍ ମୋଟରସାଇକେଲ କମ୍ପାନୀ ଜେଡଏକ୍ସମୋଟୋର ପ୍ରତିଷ୍ଠାତା ଝାଙ୍ଗ ଜୁଏ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି । ସେ ଏମଏକ୍ସ ୪୫୦ ନାମକ ଏକ ବିଶେଷ ମୋଟରସାଇକେଲରେ ସଡ଼କ ପରିବର୍ତ୍ତେ ନଦୀ ଜଳ ଉପରେ ୪୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ଏହି ରାଇଡ କାରଣରୁ ତାଙ୍କ ନାମ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସାମିଲ ହୋଇଛି । ସେ ତାଙ୍କ ବାଇକ୍ରେ ଏକ ସ୍ୱତନ୍ତ୍ର ସ୍କି’ ଫିଟ୍ କରିବା ସହ ଇନ୍ଧନ ଟାଙ୍କିକୁ ବଡ଼ କରିଥିଲେ ଏବଂ ଏହାକୁ ପାଣିରୁ ରକ୍ଷା କରିବା ପାଇଁ ୱାଟରପ୍ରୁଫ୍ କରିଥିଲେ । ଯାହା ଦ୍ୱାରା ବାଇକ୍ଟି ଜମିରେ ଗତି ବୃଦ୍ଧି କରିବା ପରେ ପାଣି ଉପରେ ଭାସିଥାଏ । ସାମନାରେ ଥିବା ଏକ ସ୍କି’ ଏହାକୁ ଚାଳନା କରିବାରେ ସାହାଯ୍ୟ କରୁଥିବା ବେଳେ ପଛ ଟାୟାର୍ ଆଗକୁ ବଢ଼ିବା ପାଇଁ ପାଣିକୁ ପଛକୁ ଠେଲିଥାଏ । ସେ ପ୍ରଥମେ ୨୦୦୯ ମସିହାରେ ପାଣିରେ ମୋଟରସାଇକେଲ ଚଳାଇବାକୁ ଚେଷ୍ଟା କରି ଚାରିଥର ପାଣିରେ ପଡ଼ିଯାଇଥିବାବେଳେ ମାତ୍ର ୨୦ ମିଟର ଅତିକ୍ରମ କରିପାରିଥିଲେ । ହେଲେ ଏହାର ପ୍ରାୟ ୧୭ ବର୍ଷ ପରେ ସେହି ସ୍ୱପ୍ନକୁ ସେ ଏକ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ପରିଣତ କରିଛନ୍ତି, ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।