ପିଲାଙ୍କ ସ୍ଥାନରେ ପାଠ ପଢୁଛନ୍ତି ରୋବଟ 

Oct 27, 2026 - 14:02
ପିଲାଙ୍କ ସ୍ଥାନରେ ପାଠ ପଢୁଛନ୍ତି ରୋବଟ 

      

ବ୍ରିଟେନରେ ଅସୁସ୍ଥତା, ଦୁର୍ଘଟଣା କିମ୍ବା ସ୍କୁଲ୍‌ ଯିବାକୁ ଭୟ କରୁଥିବା ପିଲାମାନଙ୍କ ପାଇଁ ଏକ ଅଭିନବ ପ୍ରୟୋଗ କରାଯାଇ କେତେକ ବିଦ୍ୟାଳୟରେ ପ୍ରାୟ ୪ ଲକ୍ଷ ଟଙ୍କା ମୂଲ୍ୟର 'ଏଭି ୧' ନାମକ ଏକ ସ୍ୱତନ୍ତ୍ର ରୋବଟ୍‌କୁ ପିଲାଙ୍କ ପାଇଁ ସ୍କୁଲରେ ବସାଯାଉଛି । ଯାହାକି କ୍ୟାମେରା, ମାଇକ୍ରୋଫୋନ୍‌ ଏବଂ ସ୍ପିକର୍‌ ସାହାଯ୍ୟରେ ପିଲାମାନଙ୍କୁ ଘରେ ବସି ପାଠପଢ଼ା ଏବଂ ସହପାଠୀମାନଙ୍କ ସହ ଯୋଡ଼ି ରଖୁଛି । ବ୍ରିଟେନର ବିଭିନ୍ନ ସ୍କୁଲ୍‌ରେ ଏଭଳି ୨,୦୦୦ରୁ ଅଧିକ ରୋବଟ୍‌ ବ୍ୟବହାର କରାଯାଉଥିବା ଜଣାପଡିଛି । ଏହା ମାଧ୍ୟମରେ ପିଲାମାନେ ମୋବାଇଲ୍‌ ଆପ୍‌ ଜରିଆରେ କ୍ଲାସରୁମର ଗତିବିଧି ଦେଖିବା, ଶୁଣିବା, ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେବା ଏବଂ ପାଖରେ ବସିଥିବା ସାଙ୍ଗ ସହ କଥା ହେବା ଭଳି ସୁବିଧା ପାଉଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ଏବଂ ଚିନ୍ତା ବୃଦ୍ଧି ପାଉଥିବା ସମସ୍ୟାର ସମାଧାନ ପାଇଁ ଏତେ ମହଙ୍ଗା ରୋବଟ୍‌ ଉପରେ ନିର୍ଭର କରିବା ଉଚିତ୍‌ କି ନାହିଁ ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ତେବେ ଏହି ରୋବଟ୍‌ ବ୍ୟବହାର କରୁଥିବା ୭୬ ପ୍ରତିଶତ ପିଲା ପୁଣିଥରେ ସ୍କୁଲ୍‌କୁ ଫେରିଥିବା ତଥ୍ୟରୁ ଜଣାପଡ଼ିଛି। ତେଣୁ ଏହାକୁ ଏକ ସ୍ମାର୍ଟ ବିକଳ୍ପ ଭାବେ ବ୍ୟବହାର କରାଯାଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।