ପୁଅ , ଝିଅ ସହ ମିଶି ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ମାଲପାଟଣା ଗାଁ ରେ ଚାଞ୍ଚଲ୍ୟ । ନାବାଳକ ପୁଅ ଝିଅ ସହ ମିଶି ମଦ୍ୟପ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ସ୍ୱାମୀ ଶୋଇଥିବାବେଳେ ତଣ୍ଟି ଉପରେ ଚଢି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ଘରୁ ୩ଜଣଙ୍କୁ ଉଠାଇ ନେଇଛି ଆଳି ପୋଲିସ । ତେବେ ସ୍ୱମୀ ଜଣକ ନିଶାସକ୍ତ ଅବସ୍ଥାରେ ପ୍ରତିଦିନ ଘରେ ଗଣ୍ଡଗୋଳ କରୁଥିବାରୁ ,ଏଥିରେ ଅତିଷ୍ଠ ହୋଇ ଗତକାଲି ଏପରି ଜଘନ୍ୟ କାଣ୍ଡ ଘଟାଇଛନ୍ତି ସ୍ତ୍ରୀ । ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।