ପୁରସ୍କାର ଘୋଷଣା କରି ଭୁଲିଗଲେ ସରକାର: ୱାର୍ଲଡ୍ସ୍କିଲ୍ସ ପ୍ରତିଯୋଗିତା ପଦକ ବିଜେତାଙ୍କୁ ଅଣଦେଖା
"ଭୁବନେଶ୍ବର: ୱାର୍ଲଡ୍ସ୍କିଲ୍ସ-୨୦୨୨ ପ୍ରତିଯୋଗିତାର ସ୍ବତନ୍ତ୍ର ଏଡିସନ୍ "ଜଳ ପ୍ରଯୁକ୍ତି" ବିଭାଗରେ ଭାରତର ପ୍ରତିନିଧିତ୍ବ କରି ରୌପ୍ୟ ପଦକ ଜିତିଥିବା ଓଡ଼ିଆ ଯୁବକ ପ୍ରବୀଣ କୁମାର ଗିରିଙ୍କୁ ସରକାର ଭୁଲି ଯାଇଛନ୍ତି।
ବିଶ୍ବ ମଞ୍ଚରେ ଦେଶ ଓ ରାଜ୍ୟର ଗୌରବ ବଢ଼ାଇଥିବା ପ୍ରବୀଣଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଦେବାକୁ ୨୦୨୨ରେ ରାଜ୍ୟ ସରକାର ଘୋଷଣା କରିଥିଲେ।
ଚାରି ବର୍ଷ ବିତିଯାଇଥିଲେ ମଧ୍ୟ ସେହି ପୁରସ୍କାରକୁ ସେ ଅପେକ୍ଷା କରିଛନ୍ତି।
ବାରମ୍ବାର ସରକାରଙ୍କୁ ମନେ ପକାଉଥିଲେ ମଧ୍ୟ ଫାଇଲ୍ ଆଗକୁ ବଢ଼ୁନାହିଁ ଓ ପ୍ରବୀଣଙ୍କ ପ୍ରତୀକ୍ଷାର ଅନ୍ତ ନାହିଁ।
ସାର୍ବଜନୀନ ଘୋଷଣା ସତ୍ତ୍ବେ ତାଙ୍କୁ ବର୍ଷ ବର୍ଷ ଧରି ଦଉଡ଼ାଇବା ଘଟଣା ସରକାରୀ ପ୍ରତିଶ୍ରୁତିର ବିଶ୍ବସନୀୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ୱାର୍ଲଡ୍ସ୍କିଲ୍ସ-୨୦୨୨ର ସ୍ବର୍ଣ୍ଣ ପଦକ ବିଜେତାମାନଙ୍କୁ ୧ କୋଟି ଟଙ୍କା, ରୌପ୍ୟ ପଦକ ପାଇଁ ୫୦ ଲକ୍ଷ ଟଙ୍କା ଓ କାଂସ୍ୟ ପଦକ ବିଜେତାଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।
ଏହି ଘୋଷଣା ପରେ ପ୍ରବୀଣଙ୍କୁ ସଫଳତା ମିଳିଥିଲା।
କିନ୍ତୁ ଏହାପରେ ତାଙ୍କୁ ସରକାର ପୁରସ୍କାର ରାଶି ଦେଉନାହାନ୍ତି।
ପୁରସ୍କାର ପାଇବାକୁ ପ୍ରବୀଣ ଏହି ଚାରି ବର୍ଷ ଭିତରେ ବିଭିନ୍ନ ବିଭାଗକୁ ଇମେଲ୍ ପଠାଇବା ସହ ବାରମ୍ବାର ଅଭିଯୋଗ କରିଛନ୍ତି।
ଜନଶୁଣାଣି ପୋର୍ଟାଲ୍ରେ ମଧ୍ୟ ଅଭିଯୋଗ ଦାଖଲ କରିଥିଲେ।
ତଥାପି କିଛି ସୁଫଳ ମିଳିନାହିଁ।Advertisment Data bank: ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି ୱାର୍ଲଡ୍ସ୍କିଲ୍ସ ପ୍ରତିଯୋଗିତା ପଦକ ବିଜେତାଙ୍କୁ ଅଣଦେଖା୪ ବର୍ଷ ଧରି ୫୦ ଲକ୍ଷକୁ ଅପେକ୍ଷା କରିଛନ୍ତି ପ୍ରବୀଣପ୍ରସ୍ତୁତ କରିଥିବା ଅନୁଷ୍ଠାନକୁ ବି ମିଳିନି ୨୦୨୪ ଜୁନ ୧୩ରେ ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟର ନିର୍ଦ୍ଦେଶକଙ୍କ ତରଫରୁ ଜାରି ହୋଇଥିବା ସୂଚନାରେ ପ୍ରବୀଣଙ୍କ ଅଭିଯୋଗ ସମ୍ପର୍କରେ ଉଲ୍ଲେଖ ଥିଲା।
ସାଂଘାତିକ ଅଭିଯୋଗ ହେଉଛି ପ୍ରବୀଣଙ୍କୁ ପୁରସ୍କାର ରାଶି ଦେବା ପାଇଁ ନିର୍ଦ୍ଦେଶାଳୟକୁ କୌଣସି ଚିଠି, ଫାଇଲ୍ କିମ୍ବା ସରକାରୀ ନିର୍ଦ୍ଦେଶ ମିଳିନାହିଁ।
ଏଭଳିକି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ (ଓଏସ୍ଡିଏ) ପକ୍ଷରୁ ୱାର୍ଲଡ୍ସ୍କିଲ୍ସ-୨୦୨୨ର ପଦକ ବିଜେତାଙ୍କୁ ନଗଦ ପୁରସ୍କାର ଦେବା ନେଇ କୌଣସି ସରକାରୀ ଅନୁମୋଦନ କିମ୍ବା ଆର୍ଥିକ ମଞ୍ଜୁରି ମିଳିନାହିଁ।
ଏଥିରୁ ଏହା ଜଣାପଡ଼ୁଛି ଯେ ପୁରସ୍କାର ଘୋଷଣା ପରେ ତାହା ଦେବା ଲାଗି କୌଣସି ସରକାରୀ ପ୍ରକ୍ରିୟା ଆରମ୍ଭ କରାଯାଇନଥିଲା।
BRICS Summit 2026: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ୧୦୫ ବିମାନ ପାଇଁ ଭାରତୀୟ କମ୍ପାନି ସହ ରୁଷ୍ର ବୁଝାମଣା ସିଭି ରମଣ ଗ୍ଲୋବାଲ୍ ବିଶ୍ବବିଦ୍ୟାଳୟର ଛାତ୍ର ପ୍ରବୀଣଙ୍କୁ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତା ପାଇଁ ବିଶ୍ବବିଦ୍ୟାଳୟ ତରଫରୁ ପ୍ରଶିକ୍ଷଣ ଓ ବିଶେଷଜ୍ଞ ସହାୟତା ମିଳିଥିଲା।
ତାଙ୍କୁ ପ୍ରସ୍ତୁତ କରିଥିବା ବିଜୁ ପଟ୍ଟନାୟକ ସେଣ୍ଟର ଅଫ ଏକ୍ସଲେନ୍ସକୁ ୫ କୋଟି ଦେବା ପାଇଁ ଯେଉଁ ଘୋଷଣା ହୋଇଥିଲା।
ତାହାକୁ ମଧ୍ୟ ସରକାର ପାଳନ କରିନାହାନ୍ତି।
ବର୍ତ୍ତମାନ ୱାର୍ଲଡସ୍କିଲ୍ସ ୨୦୨୬କୁ ନେଇ ସାରା ବିଶ୍ବର ପ୍ରତିଯୋଗୀମାନେ ପ୍ରସ୍ତୁତି ଚଳାଇଛନ୍ତି।
ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ୪ ବର୍ଷ ଧରି ଜଣେ ପ୍ରତିଭାବାନ ଛାତ୍ର ପୁରସ୍କାରକୁ ଅପେକ୍ଷା କରିବା ପ୍ରତିଭା ବିକାଶ ପ୍ରତି ସରକାରଙ୍କ ଆନ୍ତରିକତା କେତେ ତାହା ଜଣାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।