ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ପୈତୃକ ଗ୍ରାମରେ ଦୀପଦାନ କଲେ ଆଇନମନ୍ତ୍ରୀ

Sep 17, 2026 - 23:38
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ପୈତୃକ ଗ୍ରାମରେ ଦୀପଦାନ କଲେ ଆଇନମନ୍ତ୍ରୀ

ବାଣପୁର: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷର ନିରନ୍ତର ଜନସେବା, ସମର୍ପଣ ଓ ରାଷ୍ଟ୍ରନିର୍ମାଣର ଗୌରବମୟ ଯାତ୍ରାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଦେଶବ୍ୟାପୀ “ସେବା ସଂକଳ୍ପ ଅଭିଯାନ” ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ପାଳିତ ହେବାକୁ ଯାଉଛି l ଏହି ଅବସରରେ ଗୁରୁବାର ଦିନ ଆଇନ , ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ ନିଜ ଗ୍ରାମ ଗମ୍ଭାରୀମୁଣ୍ଡା ଗୋଡ଼ିଝର‌ ସ୍ଥିତ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବାଲୁଙ୍କେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ଦଳୀୟ କାର୍ଯ୍ୟକର୍ତ୍ତା, ଶୁଭେଚ୍ଛୁ ଓ ଗ୍ରାମବାସୀଙ୍କ ସହ ଆଶୀର୍ବାଦର ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି। ସେହିପରି ଚିଲିକା ନିର୍ବାଚନମଣ୍ଡଳୀର ୩୩୨  ବୁଥ୍‌ରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁ ଓ ମା’ ମାନେ ଆଶୀର୍ବାଦର ଦୀପ ପ୍ରଜ୍ଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କୁ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।