ଫରେଷ୍ଟରଙ୍କ ଆତ୍ମହତ୍ୟା ,ମାନସିକ ନିର୍ଯାତନା ଅଭିଯୋଗ କଲେ ପରିବାର

Sep 21, 2026 - 12:45
ଫରେଷ୍ଟରଙ୍କ ଆତ୍ମହତ୍ୟା ,ମାନସିକ ନିର୍ଯାତନା ଅଭିଯୋଗ କଲେ ପରିବାର

ବଲାଙ୍ଗୀର : ଷ୍ଟାଫ କ୍ୱାର୍ଟରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବଲାଙ୍ଗିର ରେଞ୍ଜ ଫରେଷ୍ଟର ବ୍ୟାସଦେବ ସାହୁ (୫୯)ଙ୍କ ଆତ୍ମହତ୍ୟା ।କାର୍ଯ୍ୟକ୍ଷେତ୍ରରେ ମାନସିକ ଚାପ ଓ ନିର୍ଯାତନା ସହି ନପାରି ସେ ଆତ୍ମହତ୍ୟା କରିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି ।

ସୂଚନାନୁସାରେ, ବଲାଙ୍ଗୀର ସଦର ରେଞ୍ଜ କାର୍ଯ୍ୟାଳୟ ପଛପଟେ ଥିବା ଷ୍ଟାଫ୍ କ୍ୱାର୍ଟର୍ସରେ ବ୍ୟାସଦେବ ସାହୁ ଏକୁଟିଆ ରହୁଥିଲେ । ରବିବାର ଛୁଟି ଦିନ ଥିବା ବେଳେ ଘର ଭିତରୁ ଫରେଷ୍ଟର ବ୍ୟାସଦେବ ସାହୁ ବାହାରି ନଥିଲେ । ଅପରାହ୍ନରେ ଅନ୍ୟ ଏକ ଷ୍ଟାଫ ଯାଇଥିବା ବେଳେ ଭିତରୁ କବାଟ ବନ୍ଦ ଥିବା ଦେଖିଥିଲେ । କୌଣସି ଅଘଟଣ ଆଶଙ୍କା କରି ଥାନାରେ ଖବର ଦେଇଥିଲେ ଅନ୍ୟ କର୍ମଚାରୀ । ପୋଲିସ ପହଞ୍ଚି କବାଟ ଖୋଲିବାରୁ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ବ୍ୟାସଦେବଙ୍କ ଭାଇ ବଲଦେବ ଓ ସୁକଦେବ ଅଭିଯୋଗ କରିଛନ୍ତି ଯେ, ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଅତ୍ୟଧିକ ବିଭାଗୀୟ ମାନସିକ ଚାପ ଓ ନିର୍ଯାତନା ଯୋଗୁଁ ସେ ଗତ କିଛି ମାସ ହେଲା ଚିନ୍ତାରେ ଥିଲେ, ଯାହା ତାଙ୍କ ମୃତ୍ୟୁର ମୁଖ୍ୟ କାରଣ ହୋଇପାରେ । ତେବେ ଡିଏଫଓ ଚାପ ଅଭିଯୋଗକୁ ଖଣ୍ଡନ କରିବା ସହ ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।