ବନ୍ଧୁତାକୁ ନେଇ ଚର୍ଚ୍ଚାରେ

Nov 02, 2026 - 15:42
ବନ୍ଧୁତାକୁ ନେଇ ଚର୍ଚ୍ଚାରେ

 

କରିସ୍ମା କପୁର ନିକଟରେ ଖୁବ ଚର୍ଚ୍ଚାରେ ରହିଛନ୍ତି । କରଣଜୋହରଙ୍କ ଶୋରେ ସଲମାନଙ୍କ ସହ ନଜର ଆସିବାପରେ ଏହି ଚର୍ଚ୍ଚା ଜୋର ଧରିଛି । ଉଭୟଙ୍କ ବନ୍ଧୁତ୍ବକୁ ନେଇ ଏବେ ସବୁଆଡେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି ।

ନିକଟରେ ଲୋକପ୍ରିୟ ଚାଟ୍‌ ଶୋ' କଫି ୱିଥ୍ କରଣରେ ନିଜର ଦୀର୍ଘ ୩୬ ବର୍ଷର ପୁରୁଣା ବନ୍ଧୁ ତଥା ସୁପରଷ୍ଟାର୍ ସଲମାନ୍ ଖାନ୍‌ଙ୍କ ସହ ନଜର ଆସିଥିଲେ । ସଲମାନଙ୍କ ସହ ଥିବା ତାଙ୍କର ବନ୍ଧୁତ୍ବକୁ ନେଇ ଅନେକ କଥା ଏହି ଏପିସୋଡରେ ଦେଖଇବାକୁ ମିଳିଛି । ଉଭୟ ଅନେକ ଦିନରୁ ଏକାଠି କାମ କରିବା ସହ ବନ୍ଧୁ ଭାବେ ରହିଛନ୍ତି ।  କରିସ୍ମା କପୁର, ଭାରତୀୟ ସିନେମା ଜଗତର ଜଣେ ପ୍ରତିଭାଶାଳୀ ବ୍ୟକ୍ତିତ୍ବ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନବେ ଦଶକର ବଲିଉଡ୍‌ରେ କପୁର ଖାନ୍ଦାନର ଦୀର୍ଘ ଦିନର ପରମ୍ପରା, ଯେଉଁଥିରେ ପରିବାରର କନ୍ୟାମାନଙ୍କୁ ସିନେମା ଜଗତରେ ଅଭିନୟ କରିବାର ଅନୁମତି ନଥିଲା। ଏହି ନିୟମ ଭାଙ୍ଗି ମାତ୍ର ୧୭ ବର୍ଷ ବୟସରେ ୧୯୯୧ ମସିହାରେ ପ୍ରେମ୍ କୈଦୀ ଚଳଚ୍ଚିତ୍ର ଜରିଆରେ ଗ୍ରାଣ୍ଡ୍ ଏଣ୍ଟ୍ରି କରିଥିବା କରିସ୍ମାଙ୍କର କ୍ୟାରିୟରରେ ମଧ୍ୟ ସଂଘର୍ଷ ରହିଥିଲା । କ୍ୟାରିୟରର ପ୍ରଥମ କେତେକ ବର୍ଷରେ ତାଙ୍କର ଚେହେରା, ପୋଷାକ ଓ ଅଭିନୟ ଶୈଳୀକୁ ନେଇ ତାଙ୍କୁ କଠୋର ସମାଲୋଚନାର ସାମ୍ନା କରିବାକୁ ପଡିଥିଲା। ମାତ୍ର ନିଜର ଅକ୍ଲାନ୍ତ ପରିଶ୍ରମ, କଠୋର ନିଷ୍ଠା, ଏବଂ ନୃତ୍ୟ ତଥା ଅଭିନୟ ପାଇଁ ସେ ୧୯୯୬ ମସିହାରେ ମୁକ୍ତିଲାଭ କରିଥିବା ମେଗା-ହିଟ୍ ସିନେମା ରାଜା ହିନ୍ଦୁସ୍ତାନୀ ଜରିଆରେ ନିଜ କ୍ୟାରିୟରର ମୋଡ଼ ବଦଳାଇ ଦେଇଥିଲେ। ଏହାପରେ ଦିଲ୍ ତୋ ପାଗଲ୍ ହୈ, ଜୁଡ୍‌ୱା, ବିବି ନଂ ୧, ହମ୍ ସାଥ୍-ସାଥ୍ ହୈଁ, କୁଲି ନଂ ୧, ହିରୋ ନଂ ୧ ଏବଂ ଦୁଲ୍ହନ୍ ହମ୍ ଲେ ଜାୟେଙ୍ଗେ ଭଳି ଗୋଟିଏ ପରେ ଗୋଟିଏ ସୁପରହିଟ୍ ଓ ବ୍ଲକ୍‌ବଷ୍ଟର ଚଳଚ୍ଚିତ୍ର ଦେଇ ସେ ନବେ ଦଶକର ବଲିଉଡ୍‌ରେ ନଂ ୧ ନାୟିକା ଭାବେ ଶୀର୍ଷ ସ୍ଥାନ ଦଖଲ କରିଥିଲେ। କେବଳ କମର୍ସିଆଲ୍ ସିନେମାରେ ସୀମାବଦ୍ଧ ନରହି, ଫିଜା ଓ ଜୁବେଦା ଭଳି ସମାନ୍ତରାଳ ତଥା କଳାତ୍ମକ ସିନେମାରେ ଅତ୍ୟନ୍ତ ଗମ୍ଭୀର ଓ ହୃଦୟସ୍ପର୍ଶୀ ଅଭିନୟ ପ୍ରଦର୍ଶନ କରିଥିଲେ । ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଏକାଧିକ ଫିଲ୍ମଫେୟାର୍ ଆୱାର୍ଡ ହାସଲ କରି ନିଜ ଅଭିନୟ ଦକ୍ଷତାର ପ୍ରମାଣ ଦେଇଛନ୍ତି। ତେବେ ଗ୍ଲାମରସ ସିନେମା ଜଗତର ସଫଳତା ପଛରେ ତାଙ୍କ ବ୍ୟକ୍ତିଗତ ଜୀବନ ଅନେକ ବାଦ ବିଦାବ ଘଟିଥିଲା । ତେବେ ସଲମାନ୍ ଖାନ୍‌ଙ୍କ ସହ ୧୧ଟି ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର କେମିଷ୍ଟ୍ରି ଦେଖିବାକୁ ମିଳିଥିଲା । ତେବେ ଏହି ଅନସ୍କ୍ରିନ କେମେଷ୍ଟ୍ରୀ ପଛର କାରଣ ହେଉଛି ସେମାନଙ୍କର ଅଫସ୍କ୍ରିନ ବନ୍ଧୁତ୍ବ, ଯାହା ତିନି ଦଶନ୍ଧି ଧରି ଜାରି ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।