ବିରୋଧୀ ଦଳ ନେତାଙ୍କୁ ସାକ୍ଷାତ କରିବାକୁ ମନା କଲେ ସିଜେଆଇ

Oct 12, 2026 - 16:53
ବିରୋଧୀ ଦଳ ନେତାଙ୍କୁ ସାକ୍ଷାତ କରିବାକୁ ମନା କଲେ ସିଜେଆଇ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ବିରୋଧୀ ଦଳ ନେତାମାନଙ୍କୁ ସାକ୍ଷାତ କରିବାକୁ ମନା କରିଦେଇଛନ୍ତି । ଉଭୟ ଲୋକସଭା ଓ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ଆଜି ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ପ୍ରଧାନ ବିଚାରପତିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ସମୟ ମାଗିଥିଲେ । ସୂଚନା ଅନୁଯାୟୀ, ପ୍ରଧାନ ବିଚାରପତି ଇ-ମେଲ ମାଧ୍ୟମରେ ଦୁଇ ନେତାଙ୍କୁ ଜଣାଇଛନ୍ତି ଯେ ସେମାନେ ଯେଉଁ ଦାବି ଉଠାଇଛନ୍ତି, ସେଗୁଡ଼ିକ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ତେଣୁ ଏପ୍ରସଙ୍ଗରେ ସେ ସେମାନଙ୍କୁ ଭେଟିବା ଉଚିତ ହେବ ନାହିଁ। ସରକାରଙ୍କ ପ୍ରଶାସନିକ କାର୍ଯ୍ୟରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ । ନ୍ୟାୟିକ ପ୍ରକ୍ରିୟାରେ ଆସି ସେମାନେ ସେମାନଙ୍କର ମୈlଳିକ ଅଧିକାର ପାଇଁ ସୁରକ୍ଷା ମାଗିପାରିବେ ବୋଲି ପ୍ରଧାନ ବିଚାରପତିଙ୍କ ତରଫରୁ କୁହାଯାଇଥିବା ଜଣାପଡ଼ିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।