ବିଲେଇର ସମ୍ପତ୍ତ ୮୩୯ କୋଟି

Sep 15, 2026 - 16:04
ବିଲେଇର ସମ୍ପତ୍ତ ୮୩୯ କୋଟି

 

ଆମେରିକାରେ 'ନାଲା' ନାମ୍ନୀ ଏକ ବିଲେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଲେଇଟି ନିଜର ସମ୍ପତ୍ତି ପାଇଁ ହିଁ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ବିଲେଇର ଆନୁମାନିକ ସମ୍ପତ୍ତିର ମୂଲ୍ୟ ପ୍ରାୟ ୮୩୯ କୋଟି ଟଙ୍କାରେ ପହଞ୍ଚିଛି । ୨୦୧୦ ମସିହାରେ କାଲିଫର୍ଣ୍ଣିଆର ଏକ ପୋଷା ପ୍ରାଣୀ ଆଶ୍ରୟସ୍ଥଳୀରୁ ଅଣାଯାଇଥିବା ଏହି ବିଲେଇ ପାଇଁ କିଛି ବର୍ଷ ତଳେ ତା'ର ମାଲିକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିଲେ । ଅଳ୍ପ କିଛି ବର୍ଷ ମଧ୍ୟରେ ଏହି ଆକାଉଣ୍ଟ ଲକ୍ଷ ଲକ୍ଷ ଫଲୋଅର୍ସଙ୍କୁ ଆକୃଷ୍ଟ କରିଥିଲା ଏବଂ ୨୦୨୦ ମସିହାରେ ଗିନିଜ ୱାର୍ଲ୍ଡ ରେକର୍ଡସ ନାଲାକୁ ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଫଲୋଅର୍ସ ଥିବା ବିଲେଇ ଭାବେ ମାନ୍ୟତା ଦେଇଥିଲା । ବର୍ତ୍ତମାନ ଇନଷ୍ଟାଗ୍ରାମରେ ତାର ୪୨ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ନାଲାର ଲୋକପ୍ରିୟତା ଯୋଗୁଁ ତାର ଫଟୋ ଥିବା ପୋଷାକ, ମଗ୍ଏବଂ ତାନାମରେ ବିରାଡ଼ି ଖାଦ୍ୟ ବିକ୍ରି ହେଉଥିବା ବେଳେ 'ଲଭ୍, ନାଲା' ନାମକ ତାର ନିଜସ୍ୱ ବ୍ରାଣ୍ଡ ମଧ୍ୟ ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।