ଭାରତ-ରୁଷ ମହିଳା ଫୁଟବଲ ମ୍ୟାଚ୍‌ ଆଜି

Oct 08, 2026 - 15:11

କଲକାତା : ଭାରତୀୟ ମହିଳା ପୁଟବଲ ଦଳ ରୁଷ ବିପକ୍ଷରେ ଦୁଇଟି ଅନ୍ତର୍ଜାତୀୟ ମହିଳା ଫୁଟବଲ ମ୍ୟାଚ ଚଳିତ ଅକ୍ଟୋବର ୮ ଓ ୧୧ରେ ଖେଳିବ। ପ୍ରଥମ ମ୍ୟାଚ ଗୁରୁବାର କଲକାତାର କିଶୋର ଭାରତୀ କ୍ରୀଡ଼ାଙ୍ଗନରେ ଖେଳାଯିବ। ଗତ ଜୁନରେ ସାଫ୍‌ ଫୁଟବଲ ଚମ୍ପିଆନସିପ୍‌ ପରେ ଭାରତୀୟ ଦଳ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଉଛି। ଭାରତ ଫିଫା ମାନ୍ୟତାର ୬୯ତମ ଓ ରୁଷ ୨୭ତମ ସ୍ଥାନରେ ରହିଛି। ଦୁଇ ଦଳ ତୃତୀୟ ଥର ପାଇଁ ଅନ୍ତର୍ଜାତୀୟ ଫୁଟବଲରେ ମୁହଁାମୁହିଁ ହେବେ। ପୂର୍ବରୁ ଖେଳା ଯାଇଥିବା ଦୁଇଟି ମ୍ୟାଚରେ ରୁଷ ବିଜୟ ହାସଲ କରିଛି। ୨୦୨୧​‌େ​‌ର ସାରଜାରେ ୮-୦ ଗୋଲ ଓ ୨୦୨୫ରେ ୨-୦ ଗୋଲରେ ପରାସ୍ତ କରିଥିଲା। କ୍ରିସ୍‌ପିନ ଛେତ୍ରୀଙ୍କ ପ୍ରଶିକ୍ଷଣପ୍ରାପ୍ତ ଭାରତୀୟ ଦଳରେ ଉଭୟ ଯୁବ ଓ ଅଭିଜ୍ଞ ଖେଳାଳି ରହିଛନ୍ତି। ଗୋଲରକ୍ଷକ ଭାବେ ମୋନାଲିସା ଦେବୀ ରହିଥିବାବେଳେ ଡିଫେନ୍‌ସରେ ଜୁଲି କିଷାନ, ମାଳତି ମୁଣ୍ଡା,ରଞ୍ଜନା ଚାନୁ ସୋରଖିବାମ ରହିଛନ୍ତି। ମିଡ଼ଫିଲଡରରେ ବେବିନା ଦେବୀ ଲିସାମ, ସଙ୍ଗିତା ବାସଫୋର, ଫରୱାର୍ଡରେ ଯଶୋଦା ମୁଣ୍ଡା, ଲିଣ୍ଡା କମ୍‌ ସେଟ୍ରୋ, ପି ମାଳବିକା ପ୍ରମୁଖ ରହିଛନ୍ତି। ମୁଖ୍ୟ ପ୍ରଶିକ୍ଷକ କ୍ରିସପନ ଛେତ୍ରୀ କହିଛନ୍ତି ଯେ, ରୁଷ ଭାରତ ଠାରୁ ଉଚ୍ଚମାନ୍ୟତାପ୍ରାପ୍ତ ଦଳ। ଆମେ ମାନ୍ୟତାକୁ ନଦେଖି ୯୦ ମିନିଟ୍‌ ଭଲ ଫୁଟବଲ ଖେଳିବା ଉପରେ ଗୁରୁତ୍ବ ଦେବୁ। ମ୍ୟାଚ ପାଇଁ ଆମେ ଭଲ ପ୍ରସ୍ତୁତି କରୁଛୁ। ବିଜୟ ନେଇ ଆମେ ଆଶାବାଦୀ ବୋଲି ଛେତ୍ରୀ କହିଛନ୍ତି। ରୁଷ ପ୍ରଶିକ୍ଷକ ୟୁରି କ୍ରାସନୋଜାନ କହିଛନ୍ତି ଯେ, ଆମେ ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭାରତ ବିପକ୍ଷରେ ଆମେ ବିଜୟଧାରା ଜାରି ରଖିବା ଲକ୍ଷ୍ୟ ନେଇ ଖେଳିବୁ ବୋଲି କ୍ରାସନଜୋନ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।