ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ

Oct 05, 2026 - 16:40
ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ । ଜଣେ ଆବେଦନକାରୀଙ୍କ ଠାରୁ ୫,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭୁବନେଶ୍ୱରର ୟୁନିଟ୍-୬ ସ୍ଥିତ କେଶରୀ ନଗର ସର୍କଲର ରାଜସ୍ୱ ନିରୀକ୍ଷକ (RI) ନିରଞ୍ଜନ ସିଂ ଙ୍କୁ ଧରିଛି ଭିଜିଲାନ୍ସ ।

ଅଭିଯୋଗକାରୀ ନିଜ ମାଆ ଏବଂ ସାନ ଭାଇଙ୍କ ମୃତ୍ୟୁ ପରେ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର (Legal Heir Certificate) ପାଇଁ ଅନଲାଇନ୍‌ରେ ଆବେଦନ କରିଥିଲେ । ଆବେଦନକାରୀ ନିରଞ୍ଜନ ସିଂଙ୍କୁ ୩-୪ ଥର ଭେଟି ଅନୁରୋଧ କରିଥିଲେ ମଧ୍ୟ ସେ ଆଦୌ ଫାଇଲ କାମ କରୁ ନଥିଲେ । ଏପରିକି ଫାଇଲ ଆଗକୁ ବଢାଇବା ପାଇଁ ୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଆବେଦନକାରୀ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ଆବେଦନକାରୀଙ୍କ ଠାରୁ ଅଭିଯୁକ୍ତ ଆରଆଇ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ନିରଞ୍ଜନ ସିଂଙ୍କର ୨ଟି ସ୍ଥାନରେ ଚଢ଼ାଉ କରାଯାଇ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ଛାନଭିନ କରାଯାଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।