ଭିଜିଲାନ୍ସ ଜାଲରେ ରେଳ ପ୍ରକଳ୍ପ ଭୂମି ଅଧିଗ୍ରହଣ ଅଧିକାରୀ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ସମ୍ବଲପୁର-ତାଳଚେର ରେଳ ଲାଇନ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ । ଭୂମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ୩.୧୦ ଲକ୍ଷ ଟଙ୍କା ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ପଡିଛନ୍ତି ପ୍ରକଳ୍ପ ଅଧିକାରୀ (SLAO) ଅଜୟ କୁମାର ଗଡ଼ନାୟକ । ଜମି ମାଲିକଙ୍କୁ ସେ ସମୁଦାୟ ୫ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।
ସୂଚନା ଅନୁସାରେ, ପ୍ରକଳ୍ପ ଅଧିକାରୀ (SLAO) ଅଜୟ କୁମାର ଗଡ଼ନାୟକ, ରେଳ ଲାଇନ ସମ୍ପ୍ରସାରଣ ବେଳେ ଜମି ପଡିଥିବା ଜଣେ ଜମି ମାଲିକଙ୍କଠାରୁ ଭୂମି ଅଧିଗ୍ରହଣ ବାବଦ କ୍ଷତିପୂରଣ ରାଶି ୮୪ ଲକ୍ଷ ୬୨ହଜାର ୨୮୮ ଟଙ୍କା ପ୍ରଦାନ କରିବାକୁ ଏବଂ ଭବିଷ୍ୟତରେ ତୃତୀୟ ରେଳଲାଇନ ପ୍ରକଳ୍ପ ସମୟରେ କ୍ଷତିପୂରଣ ପ୍ରଦାନ କ୍ଷେତ୍ରରେ ଅନୁକୂଳ ବ୍ୟବହାର ଦେଖାଇବାକୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ । ସମ୍ପୃକ୍ତ ଜମି ମାଲିକ ପୂର୍ବରୁ ୨୭ ଅକ୍ଟୋବରରେ ୨ ଲକ୍ଷ ଟଙ୍କା ଦେଇସାରିଥିଲେ । ବାକି ୩ ଲକ୍ଷ ୧୦ ହଜାର ଟଙ୍କା ଶୀଘ୍ର ଦେବାକୁ ଦାବି କରିଥିଲେ ଅକ୍ଷୟ ଗଡନାୟକ । ଯଦି ଟଙ୍କା ନଦିଅନ୍ତି ତୃତୀୟ ରେଳଲାଇନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସମୟରେ ସେ ଅସୁବିଧା ସୃଷ୍ଟି କରିବେ ବୋଲି ଧମକଚମକ ଦେଇଥିବା ଅଭିଯୋଗ କରିଥିଲେ ଜମି ମାଲିକ । କୌଣସି ଉପାୟ ନପାଇ ଭିଜିଲାନ୍ସରେ ଜଣାଇଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।