ମହାକାଶରେ ଫୁଟବଲ ଖେଳ
ଅନେକ ସମୟରେ ସ୍ପେସ ଷ୍ଟେସନରେ ଏଭଳି କିଛି ଘଟଣା ଘଟିଥାଏ, ଯାହା ସାରା ବିଶ୍ବକୁ ଚକିତ କରିଥାଏ । ସେହିଭଳି ଏକ ଘଟଣା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ସ୍ପେସ ଷ୍ଟେସନ୍ରେ ଗବେଷଣାରେ ବ୍ୟସ୍ତ ରହୁଥିବା ମହାକାଶଚାରୀମାନେ ନିଜର ଶନିବାର ଓ ରବିବାର କିପରି ବିତାଉଛନ୍ତି, ତାହାର ଏକ ମଜାଦାର ଝଲକ୍ ସାମ୍ନାକୁ ଆସିଛି । ମହାକାଶଚାରୀ ଅନିଲ ମେନନ୍ ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର୍ କରି ମହାକାଶଚାରୀମାନେ ମହାକାଶ ଷ୍ଟେସନ୍ରେ ଫୁଟ୍ବଲ୍ ଖେଳୁଥିବାର ଦୃଶ୍ୟ ଦେଖାଇଛନ୍ତି । ଅନିଲଙ୍କ କହିବା ଅନୁଯାୟୀ, ଫୁଟ୍ବଲ୍ ଏପରି ଏକ ଖେଳ ଯାହା ମହାକାଶ ଷ୍ଟେସନ୍ରେ ସମସ୍ତଙ୍କୁ ଏକାଠି ବାନ୍ଧି ରଖିଥାଏ । ଆଗାମୀ ବ୍ୟସ୍ତବହୁଳ ସପ୍ତାହ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଏବଂ କାର୍ଯ୍ୟର ଚାପରୁ ମୁକ୍ତ ହେବା ପାଇଁ ୱିକେଣ୍ଡ୍ରେ ଏହିପରି ମନୋରଞ୍ଜନ କରିବା ସେମାନଙ୍କ ପାଇଁ ସହାୟକ ହୋଇଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।