ମାଛିମାନେ ନିଅନ୍ତି ମଦର ସାହାରା
ପ୍ରେମରେ ବିଫଳତା କେବଳ ମଣିଷକୁ ନୁହେଁ, ବରଂ ମାଛିମାନଙ୍କୁ ମଧ୍ୟ ପ୍ରଭାବିତ କରିଥାଏ ବୋଲି ଏକ ଗବେଷଣାରୁ ପ୍ରକାଶ ପାଇଛି । ଅଧ୍ୟୟନ ଅନୁସାରେ, ସ୍ତ୍ରୀ ମାଛି ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ପୁରୁଷ ମାଛିମାନେ ମଦ୍ୟମିଶ୍ରିତ ଖାଦ୍ୟ ଖାଇବା ଆରମ୍ଭ କରିଦିଅନ୍ତି। ଯାହା ପ୍ରେମରେ ସଫଳ ହୋଇଥିବା ମାଛିଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ । ବୈଜ୍ଞାନିକମାନେ ଦୁଇଟି ଦଳର ପୁରୁଷ ମାଛିଙ୍କୁ ସାଧାରଣ ଖାଦ୍ୟ ଏବଂ ମଦ୍ୟମିଶ୍ରିତ ଖାଦ୍ୟ ଦେଇଥିଲେ । ସେଥିମଧ୍ୟରୁ ପ୍ରତ୍ୟାଖ୍ୟାତ ପୁରୁଷ ମାଛିମାନେ ଅଧିକ ମଦ୍ୟମିଶ୍ରିତ ଖାଦ୍ୟ ପସନ୍ଦ କରିଥିଲେ । 'ସାଇନ୍ସ' ଜର୍ଣ୍ଣାଲରେ ପ୍ରକାଶିତ ୨୦୧୨ର ଏକ ଅଧ୍ୟୟନ ଅନୁଯାୟୀ, ଏହି ବ୍ୟବହାର ପଛରେ 'ନ୍ୟୁରୋପେପ୍ଟାଇଡ୍ ଏଫ୍' ନାମକ ମସ୍ତିଷ୍କ କେମିକାଲର ଭୂମିକା ରହିଛି । ପ୍ରେମରେ ସଫଳ ହେଲେ ଏହି କେମିକାଲ୍ର ସ୍ତର ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟାଖ୍ୟାତ ହେଲେ ଏହା କମିଯାଏ । ନିକଟରେ 'ନ୍ୟୁ ସାଇଣ୍ଟିଷ୍ଟ'ରେ ମଧ୍ୟ କୀଟପତଙ୍ଗଙ୍କ ଏହି ଅସାଧାରଣ ବ୍ୟବହାର ଉପରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯାହା କୀଟପତଙ୍ଗଙ୍କର ମଧ୍ୟ ଭାବପ୍ରବଣତା ଥିବା ଦର୍ଶାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।