ମେଥି ଶାଗ ଖାଇଲେ ଜରିମାନା

Sep 25, 2026 - 16:18
ମେଥି ଶାଗ ଖାଇଲେ ଜରିମାନା

 

ମହାରାଷ୍ଟ୍ରର ଭାୟନ୍ଦର ଇଷ୍ଟସ୍ଥିତ ତପୋବନ ସ୍କୁଲରେ ଜଣେ ଛାତ୍ର ଟିଫିନ୍‌ରେ ମେଥି ଶାଗ ତରକାରୀ ଆଣିଥିବାରୁ ତାଙ୍କୁ ଜରିମାନା କରାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଛାତ୍ରଜଣଙ୍କୁ ସେହି ଖାଦ୍ୟ ଖାଇବାରୁ ବାରଣ କରାଯାଇ ସ୍କୁଲ୍ କ୍ୟାଣ୍ଟିନ୍‌ରୁ ଖାଇବା ଦିଆଯିବା ସହ ସେଥିପାଇଁ ୨୦ ଟଙ୍କା ଚାର୍ଜ କରାଯାଇଥିଲା । ମେଥି ଶାଗ ବାରଣ ଥିବା ନେଇ ଛାତ୍ରଙ୍କ ଡାଏରୀରେ ଲେଖାଯାଇଥିଲା । ସ୍କୁଲ୍‌ର ଅଧିକାଂଶ ଛାତ୍ରଛାତ୍ରୀ ଜୈନ ସମ୍ପ୍ରଦାୟର ହୋଇଥିବାରୁ ଏବଂ ପର୍ୟୁଷଣ ପର୍ବ ପାଳନ ଅବସରରେ ଜୈନ ଖାଦ୍ୟପେୟ ନିୟମାବଳୀ ଅନୁସାରେ ନାମଲେଖା ସମୟରେ ଅଭିଭାବକମାନଙ୍କୁ ଏହି ନିୟମ ସମ୍ପର୍କରେ ଜଣାଯାଇଥିଲା । ପୂର୍ବରୁ ମଧ୍ୟ ପିଆଜ, ଆଳୁ, ଅଦା, ବିଟ୍‌ରୁଟ୍ ଓ ଗାଜର ପରି ପରିବା ଟିଫିନ୍‌ରେ ଆଣିଥିବାରୁ ଛାତ୍ରଛାତ୍ରୀଙ୍କୁ ୫୦ ଟଙ୍କା ଜରିମାନା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ମୀରା-ଭାୟନ୍ଦର ମ୍ୟୁନିସିପାଲ୍ କର୍ପୋରେସନ୍‌ର ଶିକ୍ଷା ବିଭାଗ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ବେଳେ ସ୍କୁଲ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସାର୍ବଜନୀନ ପ୍ରତିକ୍ରିୟା ମିଳିନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।