ରାଜଧାନୀରୁ ବଡ ଖବର; ବମିଖାଲରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଘଟଣାରେ ଯୁବନେତା ଗିରଫ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଶନିବାର ଏକ ବଡ ଖବର ସାମ୍ନାକୁ ଆସିଛି। ବମିଖାଲ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ଆସିଛି। ଏହି ଘଟଣାରେ ଯୁବତୀ ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବ ନେତାଙ୍କ ବିରୁଦ୍ଧରେ ଅଭିଯୋଗ କରିବାରୁ ପୁଲିସ ତାଙ୍କୁ ଗିରଫ କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଯୁବ ନେତା ତାଙ୍କୁ ପ୍ରଲୋଭନ ଦେଖାଇ ହୋଟେଲରେ ଦୁଷ୍କର୍ମ କରିଛନ୍ତି। ପୀଡିତା ଓ ଯୁବକ ଉଭୟ ନିଆଳି ଅଞ୍ଚଳର ହୋଇଥିବା ନେଇ ସୂଚନା ମିଳିଛି।
ସକ୍ରିୟ ଲଘୁଚାପ ; ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।