ରାଜ୍ୟରେ ୧ ଲକ୍ଷ ରକ୍ତଶିକୁଳି ରୋଗୀ, ୬ ଲକ୍ଷ ରୋଗବାହକ ଚିହ୍ନଟ
କଟକ: ୨୦୪୭ ସୁଦ୍ଧା ଦେଶରେ ରକ୍ତଶିକୁଳି ରୋଗକୁ ସମ୍ପୂର୍ଣ୍ଣ ଦୂରେଇବା ଲକ୍ଷ୍ୟରେ ୧୭ଟି ରାଜ୍ୟରେ ସିକଲ୍ସେଲ୍ ସେଣ୍ଟର ଅଫ୍ କମ୍ପିଟେନ୍ସ ଆରମ୍ଭ ହୋଇଛି। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜିଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି। ସମ୍ବଲପୁର, ଦେବଗଡ଼, ନବରଙ୍ଗପୁର ଭଳି ଜିଲ୍ଲାରେ ଏହି ରୋଗ ଅଧିକ ମାତ୍ରାରେ ବ୍ୟାପିଥିବା ରିପୋର୍ଟ କହୁଛି। ଏସ୍ସିବିରେ ଏବେ ମାସକୁ ହାରାହାରି ୬୦୦ ରକ୍ତଶିକୁଳି ରୋଗୀଙ୍କ ଚିକିତ୍ସା କରାଯାଉଛି। ଜାତୀୟ ରକ୍ତଶିକୁଳି ଆନିମିଆ ନିରାକରଣ ମିସନ୍ ଅଧୀନରେ ଓଡ଼ିଶାରେ ୬୫ ଲକ୍ଷ ଲୋକଙ୍କ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନ୍ଏସ୍ସିଏଇଏମ୍ ଅଧୀନରେ ୬୪ ଲକ୍ଷ ୭୦ ହଜାର ୩୧୯ ଜଣଙ୍କ ସ୍କ୍ରିନିଂ କରାଯାଇଛି। ଏଥିରେ ୧ ଲକ୍ଷ ୭ ହଜାର ରକ୍ତଶିକୁଳି ରୋଗୀ ଏବଂ ୬ ଲକ୍ଷ ୧୧ ହଜାର ଜଣ ଏହି ରୋଗର ବାହକ ଚିହ୍ନଟ ହୋଇଛନ୍ତି।
Eiffel tower: ମହିଳା କର୍ମଚାରୀଙ୍କୁ ଦୂରେଇ ରଖିବା ଅଭିଯୋଗ; ବନ୍ଦ ହେଲା ଆଇଫେଲ୍ ଟାୱାର
ପଶ୍ଚିମ ଓଡ଼ିଶାରେ ସର୍ବାଧିକ ଆକ୍ରାନ୍ତ
ଏସ୍ସିବିରେ ପ୍ରଥମ ସେଣ୍ଟର ଅଫ୍ କମ୍ପିଟେନ୍ସି ଆରମ୍ଭ
ଦ୍ବିତୀୟ ପର୍ଯ୍ୟାୟରେ ଭିମସାର୍ରେ ହେବ
ଏସ୍ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ର କ୍ଲିନିକାଲ୍ ହେମାଟୋଲୋଜି ବିଭାଗରେ ରକ୍ତଶିକୁଳି ରୋଗର ‘ସେଣ୍ଟର ଅଫ୍ କମ୍ପିଟେନ୍ସ’କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରକୁ ଭାରତ ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି। ଏଥିପାଇଁ ପ୍ରାୟ ୩.୯୦ କୋଟି ଟଙ୍କା ବ୍ୟୟ ହୋଇଛି। ଭିମସାର ବୁର୍ଲାରେ ଦ୍ବିତୀୟ ସେଣ୍ଟର ଅଫ୍ କମ୍ପିଟେନ୍ସି ସ୍ଥାପନ ପ୍ରସ୍ତାବ ରହିଛି। ଏହି ଅବସରରେ ନେକ୍ସଟ ଜେନେରେସନ୍ ସିକ୍ବେନ୍ସିଂ ମାଧ୍ୟମରେ ରକ୍ତଶିକୁଳି ରୋଗ, ଥାଲାସେମିଆ ଓ ହିମୋଫିଲିଆ ସମେତ ବିଭିନ୍ନ ଜେନେଟିକ୍ ରକ୍ତ ରୋଗର ଉନ୍ନତ ନିଦାନ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି। ଏହାକୁ କ୍ୟାନ୍ସର ଜିନୋମିକ୍ସ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ। ସେହିଭଳି ଅଟୋମେଟେଡ୍ କ୍ୟାପିଲାରି ଜୋନ୍ ଇଲେକ୍ଟ୍ରୋଫୋରେସିସ୍ ମାଧ୍ୟମରେ ନବଜାତ ଶିଶୁମାନଙ୍କ ମଧ୍ୟରେ ଜେନେଟିକ୍ ରକ୍ତ ରୋଗର ନିଦାନକୁ ନିଶ୍ଚିତ କରିବା ସହିତ ପ୍ରାରମ୍ଭିକ ଚିହ୍ନଟ ଓ ଚିକିତ୍ସା କରି ହେବ।
Education: ଗାଁ ସମସ୍ୟାର ନିଛକ ଛବି ଆଦର୍ଶ ଗ୍ରାମସଭାରେ ଉପସ୍ଥାପିତ କଲେ ଏକଲବ୍ୟ ଅନ୍ତେବାସୀ
ଏନ୍ଏଚ୍ଏମ୍ ପକ୍ଷରୁ ଏସ୍ସିବିରେ କ୍ଲିନିକାଲ୍ ହେମାଟୋଲୋଜି ବିଭାଗରେ ଦେଶର ପ୍ରଥମ ସିଙ୍ଗଲ-ୱିଣ୍ଡୋ ମଡେଲ୍ ଡେ କେୟାର ସେଣ୍ଟର ବିକଶିତ କରାଯାଇଛି। ଏହି ୨୦ ଶଯ୍ୟା ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ କେନ୍ଦ୍ରରେ ଓପିଡି ପରାମର୍ଶ, ରକ୍ତ ସଂଚାର ଓ ଚିକିତ୍ସା, ପରୀକ୍ଷାଗାର, ଔଷଧ ବିତରଣ, ରୋଗୀ ପରାମର୍ଶ ଭଳି ଗୋଟିଏ ସ୍ଥାନରେ ସମସ୍ତ ସେବା ଉପଲବ୍ଧ କରାଯାଇଛି। ଏଠାରେ ରକ୍ତଶିକୁଳି ରୋଗ, ଥାଲାସେମିଆ, ହିମୋଫିଲିଆ ଓ ରକ୍ତ କ୍ୟାନ୍ସର ରୋଗୀମାନଙ୍କୁ ସେବା ମିଳିବ। ଭବିଷ୍ୟତରେ ଏହି ମଡେଲକୁ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ବିସ୍ତାର କରିବାକୁ ଯୋଜନା କରାଯାଉଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି ଯେ ଜାତୀୟ ରକ୍ତଶିକୁଳି ଆନିମିଆ ନିରାକରଣ ମିସନରେ ଓଡ଼ିଶା ନିର୍ଦ୍ଧାରିତ ସ୍କ୍ରିନିଂ ଲକ୍ଷ୍ୟର ପ୍ରାୟ ୯୯.୫ ପ୍ରତିଶତ ହାସଲ କରିଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଏସ୍ସିବିର କାର୍ଯ୍ୟକାରୀ ଡିନ୍ ଓ ପ୍ରିନ୍ସିପାଲ୍ ପ୍ରଫେସର ସରୋଜ କୁମାର ତ୍ରିପାଠୀ, ଏସ୍ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ, କ୍ଲିନିକାଲ୍ ହେମାଟୋଲୋଜି ବିଭାଗର ମୁଖ୍ୟ ଆସୋସିଏଟ୍ ପ୍ରଫେସର ଡାକ୍ତର ସୁଧା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।