ଶିଶୁକନ୍ୟା ଅପହରଣକାରୀ ଗିରଫ

Oct 26, 2026 - 11:46
ଶିଶୁକନ୍ୟା ଅପହରଣକାରୀ ଗିରଫ

ବାରିପଦା : ଶିଶୁକନ୍ୟା ଅପହରଣକାରୀ ଗିରଫ । ଗତକାଲି ଦିନ ୧୧ଟା ସମୟରେ ବାରିପଦା ସହରର ଭଂଜପୁର ରେଳଷ୍ଟେସନ ନିକଟ ଯମୁନାଦେଇପୁର ଅଞ୍ଚଳରୁ ଜଣେ ୪ବର୍ଷର ଶିଶୁକନ୍ୟାକୁ କେହି ଜଣେ ଅପହରଣ କରି ନେଇଯାଇଥିଲା । ଅପହୃତ ଶିଶୁକନ୍ୟା ହେଲେ ମାହି ମହିରା ସୋରେନ । ତାଙ୍କ ବାପା ସୁନୀଲ କୁମାର ସୋରେନ ଓ ଚାନ୍ଦମଣି ମୁର୍ମୁ ସେଠାରେ ଭଡାରେ ରହୁଥିଲେ । ଘର ବାରଣ୍ଡାରେ ମାହି ଖେଳୁଥିବା ସମୟରେ ତାଙ୍କୁ କେହି ଜଣେ ଅପହରଣ କରି ନେଇଯାଇଥିଲା ଇ ଏନେଇ ପରିବାର ଲୋକେ ଭଂଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘର ସମ୍ମୁଖରୁ ଚାରି ବର୍ଷର ଶିଶୁକନ୍ୟା ନିଖୋଜ ହେବା ଘଟଣା ବାରିପଦା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି 


ଘଟଣା ଅନୁସାରେ, କୁମାର ପୂର୍ଣ୍ଣମୀ ଦିନ ସକାଳେ ମାଆ ରୋଷେଇ କରିବା ପାଇଁ କିଛି ସମୟ ଘର ଭିତରକୁ ଯାଇଥିବା ବେଳେ ମାହି ସୋରେନ ଘର ଅଗଣାରୁ ନିଖୋଜ ହୋଇଯାଇଥିଲେ । ଘଟଣା ସ୍ଥଳରେ କେବଳ ଶିଶୁଟିର ଚପଲ ଓ ଖେଳନା ପଡ଼ିଥିବା ଦେଖି ମାଆଙ୍କ ମନରେ ଛନକା ପଶିଥିଲା । ଝିଅକୁ ନପାଇବାରୁ ପରିବାର ପକ୍ଷରୁ ଭଞ୍ଜପୁର ଥାନାରେ ଅପହରଣ ଅଭିଯୋଗ କରାଯାଇଥିଲା। ପୋଲିସ ତୁରନ୍ତ ତିନୋଟି ଟିମ୍ ଗଠନ କରି ତଦନ୍ତ ପ୍ରକ୍ରିୟା ଜୋରଦାର କରିଥିଲା । ତେବେ ସୋମବାର ସକାଳେ ଅପହରଣକାରୀ ପିଲାଟିର ଘର ନିକଟରେ ଛାଡି ପଳାଉଥିବାବେଳେ ସ୍ଥାନୀୟ ଲୋକେ ତାକୁ ଧରି ପୋଲିସ ଜିମା ଦେଇଥିଲେ । ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ଭଞ୍ଜପୁର ଥାନା ପୋଲିସ । ତେବେ କେଉଁ କାରଣରୁ ଶିଶୁ କନ୍ୟାକୁ ଅପହରଣ କରିଥିଲା ଆଉ ରାତି ସାରା ଶିଶୁ କନ୍ୟାକୁ କେଉଁଠି ରଖିଥିଲା, ଘଟଣାର ତଦନ୍ତ କରୁଛି ପୋଲିସ । ଅପହରଣକାରୀ ପଶ୍ଚିମବଙ୍ଗର ହୋଇଥିବା ସନ୍ଦେହ କରୁଛି ପୋଲିସ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।