ସାପ ଦଂଶନରେ ଶିଶୁ ମୃତ
ଖଇରା : ବାଲେଶ୍ବର ଜିଲ୍ଲା ଖଇରା ଥାନା ମାଖନପୁର ପଞ୍ଚାୟତ ବରଗିଡି (କ୍ଷିରିପଦା )ଗ୍ରାମର ସକାଳେ ଏକ ଦୁଃଖଦ ଘଟଣା ଘଟିଛି। ସାପ କାମୁଡ଼ାରେ ଅଢେଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଗ୍ରାମର ଶଶିକାନ୍ତ ମଳିକଙ୍କ ପୁଅ ଓମ୍ କାର ମଳିକ ଗତକାଲି ସୋମବାର ରାତି ୧୨ଟାରେ ଶୋଇଥିବା ବେଳେ ଏକ ବିଷଧର ସାପକୁ ବିଛଣାରେ ଦେଖିବାକୁ ପାଇଥିଲେ। ପିଲାଟିକୁ ସାପ କାମୁଡିବା ଜାଣି ଅବସ୍ଥା ସଂକଟାପନ୍ନ ହେବାରୁ ସୋର ମେଡିକାଲକୁ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏହି ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।