ସୁଜି ଦୋସା
ସାମଗ୍ରୀ - ସୁଜି ଏକକପ୍, ପିଆଜ କଟା ୩ଟି, ଚାଉଳ ଚୁନା ୧କପ, ଅଦା କଟା ଅଳ୍ପ, କାଜୁ ଭଜା ଅଳ୍ପ, କଟା କଞ୍ଚା ଲଙ୍କା, ଜିରା, ଧନିଆ, ଗୋଲମରିଚ ଗୁଣ୍ଡ,
ପ୍ରଣାଳୀ - ପ୍ରଥମେ ଏକ ପାତ୍ରରେ ସୁଜି, ଚାଉଳ ଗୁଣ୍ଡକୁ ମିଶାଇ ନିଅନ୍ତୁ । ଏହାପରେ ଏହି ମିଶ୍ରଣରେ କିଛି ପାଣି ମିଶାନ୍ତୁ । ଏହାପରେ ଏଥିରେ ସମସ୍ତ ଗୁଣ୍ଡ ମସଲା ମିଶାଇ ଗୋଳାଇ ନିଅନ୍ତୁ । ଏହି ଆଣକୁ ପାଖାପାଖି ୩ ଘଣ୍ଟା ଘୋଡାଇ ରଖନ୍ତୁ । ଏହାପରେ ଏହି ମିଶ୍ରଣରେ କାଜୁ ଭଜା ଓ ଅଦା ମିଶାଇ ଗୋଳାଇ ନିଅନ୍ତୁ । ଯଦି ପାଣିର ଆବଶ୍ୟକ ରହିଛି ତେବେ ଦେଇ ପାରିବେ । ଏହାପରେ ପ୍ୟାନରେ ଏହି ଆଣକୁ ଢାଳି ଦୋଷା ଆକାର ଦିଅନ୍ତୁ । ଏହା ଉପରେ ଅଳ୍ପ ପରିମାଣରେ ପିଆଜ କଟା ଓ କଞ୍ଚା ଲଙ୍କା କଟା ପକାନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସୁଜି ଦୋସା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।