୨ ଦିନିଆ ଓଡିଶା ଗସ୍ତରେ ଆସିଲେ ବିଜେପି ପ୍ରଭାରୀ
ଭୁବନେଶ୍ୱର : ଆଜି ୨ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପିର ନୂତନ ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ସହ-ପ୍ରଭାରୀ ସ୍ୱଦେଶ ସିଂ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ବରିଷ୍ଠ ପଦାଧିକାରୀ ଏବଂ ୩୭ ଟି ସାଙ୍ଗଠନିକ ଜିଲ୍ଲାର ପ୍ରଭାରୀମାନଙ୍କ ସହ ସାମ୍ପ୍ରତିକ ରାଜନୈତିକ ସ୍ଥିତି ଓ ସଂଗଠନ ବାବଦରେ ଆଲୋଚନା ହେବ । ଏହି ଗସ୍ତକାଳରେ ସେମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟର ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟି ଆଗାମୀ କାର୍ଯ୍ୟପନ୍ଥା ଉପରେ ଚର୍ଚ୍ଚା କରିବାର କାର୍ଯ୍ୟକ୍ରମ ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।