୯ ଯୁବ ଆଇଏ ଏସଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି
ଭୁବନେଶ୍ୱର : ପ୍ରଶାସନିକ ସ୍ତରରେ ବଡ଼ ପରିବର୍ତ୍ତନ । ରାଜ୍ୟର ବିଭିନ୍ନ ଉପଖଣ୍ଡରେ ୨୦୨୪ ବ୍ୟାଚର ୯ ଯୁବ ଆଇଏଏସଙ୍କୁ ଉପ ଜିଲ୍ଲାପାଳ ନିଯୁକ୍ତି ମିଳିଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ, ଆଇଏଏସ ଅନିମେଶ ପ୍ରଧାନ- ଆଠଗଡ଼ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ପ୍ରଜ୍ଞାନନ୍ଦନ ଗିରି-ତାଳଚେର, କସ୍ତୁରୀ ଶାହା - ଭବାନୀପାଟଣା ,ଫାବି ରସିଦ- କୋରାପୁଟ, ମୃଣାଳିକା ରାଠୋଡ଼ - ରାୟଗଡ଼ା, ସୁଭଦ୍ରା ପଣ୍ଡା- ଯାଜପୁର, ପୱନ କୁମାର - ଟିଟିଲାଗଡ଼, ଭଗତ ସାମଲ କଲ୍ୟାଣରାଓ -ପାରଳାଖେମୁଣ୍ଡି ଏବଂ ସନ୍ତୋଷ କୁମାର ପାତ୍ରଙ୍କୁ ବଣାଇଗଡ଼ ଉପଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।