155 years hurricane Hawaii: ୧୫୫ ବର୍ଷ ପରେ ହାୱାଇରେ ଭୟଙ୍କର ବାତ୍ୟା ତାଣ୍ଡବ! ୧୨୦ କିମି ବେଗରେ ପବନ, ବନ୍ୟା-ଭୂସ୍ଖଳନରେ ହାହାକାର
ବିଧ୍ବଂସ ଦେଖିଲେ ଥରି ଉଠିବ ଛାତି। ଛାରଖାର କରିଦେଇଛି ବାତ୍ୟା ଲାଲା। ୧୫୫ ବର୍ଷ ପରେ ମାଡ଼ ହୋଇଛି ଏପରି ଭୟଙ୍କର ବାତ୍ୟା। ଆଉ ତା କରାଳ ରୂପରେ ସବୁକିଛି ଛାରଖାର କରିଦେଇଛି। ହାୱାଇର ବିଗ୍ ଆଇଲ୍ୟାଣ୍ଡରେ ତାଣ୍ଡବ ରଚିଛି ହରିକେନ୍ ଲାଲା। ତେବେ ଦ୍ୱୀପକୁ ସିଧାସଳଖ ଧକ୍କା ଦେଇନଥିଲେ ମଧ୍ୟ, ଏହାର ଆଖି ଦକ୍ଷିଣ ପ୍ରାନ୍ତ ନିକଟ ଦେଇ ଯାଇଥିଲା। ହେଲେ ସେଥିରେ ମଧ୍ୟ ଏହା ଏପରି ବିଧ୍ୱଂସ ରଚିଥିଲା ଯେ ଲୋମ ଟାଙ୍କୁରି ଉଠିବ। ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ବହୁଥିବା ପବନ ସହ ପ୍ରବଳ ବର୍ଷା ଏବଂ ସମୁଦ୍ରର ଉଚ୍ଚ ଜୁଆର ସମଗ୍ର ଅଞ୍ଚଳରେ ହାହାକାର ସୃଷ୍ଟି କରିଛି।
ଲାଲା ପ୍ରଥମେ ଟ୍ରପିକାଲ୍ ଷ୍ଟର୍ମ ଥିଲା। ପରେ ଏହା କ୍ୟାଟେଗୋରୀ-୧ ହରିକେନ୍ରେ ପରିଣତ ହୋଇ ପ୍ରାୟ ୭୫ ମାଇଲ୍ ପ୍ରତି ଘଣ୍ଟା ବେଗରେ ପବନ ବହାଇଥିଲା। ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ପବନର ବେଗ ୧୦୦ ମାଇଲ୍ରୁ ମଧ୍ୟ ଅଧିକ ହୋଇଥିଲା। ପ୍ରବଳ ବର୍ଷାରେ ରାସ୍ତାରେ ପାଣି ଭରିଯିବା ସହ ନଦୀଗୁଡ଼ିକ ଭୟଙ୍କର ରୂପ ନେଇଥିଲା।
ସବୁଠାରୁ ବଡ଼ ଚିନ୍ତା ଆଣିଥିଲା ବନ୍ୟା ଓ ଭୂସ୍ଖଳନ। କିଛି ପାହାଡ଼ିଆ ଅଞ୍ଚଳରେ ୨୫ ଇଞ୍ଚ ପର୍ଯ୍ୟନ୍ତ ବର୍ଷାର ଆଶଙ୍କା କରାଯାଇଥିଲା। ଝଡ଼ ଯୋଗୁଁ ୪୨ ହଜାର ଅଧିକ ଘର ଅନ୍ଧାର ହୋଇଯାଇଥିଲା ଓ ଲକ୍ଷ ଲକ୍ଷ ଲୋକ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଥିଲେ। ଅନେକ ବିମାନ ଉଡ଼ାଣ ବାତିଲ ଓ ବିଳମ୍ବ ହୋଇଥିଲା। ତେବେ ସିଧାସଳଖ ଲ୍ୟାଣ୍ଡଫଲ୍ ନହେବାରୁ ହାୱାଇ ଏକ ବଡ଼ ବିପର୍ଯ୍ୟୟରୁ ବର୍ତ୍ତିଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।