2 Quintals of Silver for Maa Durga" ଦୁଇ କୁଇଣ୍ଟାଲ ରୁପାର ମେଢ଼, ଦେଢ଼ କେଜି ସୁନାରେ ଝଟକିବେ ମା’ ଦୁର୍ଗା
ଏଥର ଭୁବନେଶ୍ୱର ସହିଦନଗର ଦୁର୍ଗା ପୂଜାରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଝଲକ। ଜୀବନ୍ତ କରିବ ଓଡ଼ିଆଙ୍କ ମନରେ ଓଡ଼ିଆ ଭାବନା। ଏହାର କାଳ୍ପନିକ ତୋରଣ କହିବ ବୀର ଐର ଖାରବେଳଙ୍କ ବୀରତ୍ୱ, ସାଧବ ପୁଅଙ୍କ କଥା।
ଆଉ ଜଗନ୍ନାଥଙ୍କ ଦେଉଳ ଓ ରଥ ବି ମନରେ ଭାରିବ ଭକ୍ତି ଭାବ। ଚଳିତ ବର୍ଷ ୪୯ ବର୍ଷରେ ପଦାର୍ପଣ କରୁଛି ଏହି ପୂଜା। ପରିବେଶ ଅନୁକୂଳ ୮୦ ଫୁଟ ଉଚ୍ଚ ତୋରଣ। କେବଳ ସେତିକି ଦୁଇ କୁଇଣ୍ଟାଲ ରୂପା ମେଢ଼ରେ ଦେଢ଼ କେଜି ସୁନାର ଚମକରେ ଝଟକିବେ ମା’ ଦୁର୍ଗା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।