40 Lakh Vehicles Registration Cancellation: ରାଜ୍ୟର ୪୦ ଲକ୍ଷ ଗାଡ଼ିର ଆରସି ବାତିଲ୍, ରାସ୍ତାରୁ ହଟିବେ କି ଗାଡ଼ି ?
ବର୍ଷ ବର୍ଷ ଧରି ଗାଡିର ବୀମା କରାଉନଥିଲେ, ପ୍ରଦୂଷଣ ସାର୍ଟିଫିକେଟ୍ କରିବାକୁ କୁନ୍ଥ କୁନ୍ଥ ହେଉଥିଲେ, ୧୫ ବର୍ଷ ପରେ ବି ବିନା ଆରସିରେ ଚଲାଉଥିଲେ।
ଏଭଳି ଅମାନିଆ ଗାଡି ଚାଳକଙ୍କ ଉପରେ ପଡିଛି ଛାଟ।
ସିଧାସଳଖ ବାତିଲ ହୋଇଛି ଆରସି।
ମୋବାଇଲକୁ ପହଁଚିଯାଇଛି ମେସେଜ୍।
..ବର୍ତ୍ତମାନ ରାଜ୍ୟରେ ଗାଡି ସଂଖ୍ୟା ହେଉଛି ୧ କୋଟି ୪୦ ଲକ୍ଷ।
ସେଥିରୁ କୋଟିଏ ୩ ଲକ୍ଷ ଗାଡିର ରେଜିଷ୍ଟ୍ରେସନ ଭ୍ୟାଲିଡ୍ ଅଛି।
ପ୍ରାୟ ୪୦ ଲକ୍ଷ ଗାଡି ପର୍ମାନେଣ୍ଟ ଆର୍କାଇଭ୍ ରେ।
ଅର୍ଥାତ୍ ସେଗୁଡିକର କିଛି କାଗଜପତ୍ର ନାହିଁ।
ତେଣୁ ସେହି ଗାଡିଗୁଡିକର ଆରସି ପର୍ଯ୍ୟାୟକ୍ରମେ ଅଟୋମେଟିକ କ୍ୟାନସଲ ହୋଇଯିବ।
ତେବେ ସେମାନେ ପରବର୍ତ୍ତୀ ସମୟରେ ପୁଣି ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରିପାରିବେ।
ରାଜ୍ୟ ସେହି ଆବେଦନକୁ କେନ୍ଦ୍ରକୁ ପଠାଇବ ଏବଂ ତାହା ମଞ୍ଜୁର ହୋଇପାରେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।
Advertisment ଗତ ଫେବ୍ରୁଆରୀ ମାସରେ କେନ୍ଦ୍ର ସରକାର ଆଣିଥିଲେ ଗାଡି ପୃଥକୀକରଣ ବା ଭେଇକିଲ୍ କ୍ଲାସିଫିକେସନ୍ ନୀତି।
ଏଥିରେ ୪ଟି ବର୍ଗୀକରଣ କରାଯାଇଥିଲା।
ପ୍ରଥମ ହେଲା ଆକ୍ଟିଭ କମ୍ପ୍ଲାଏନ୍ସ।
ଏଥିରେ ଗାଡ଼ିର ସମସ୍ତ କାଗଜପତ୍ର ବୈଧ ଅଛି।
ଦ୍ବିତୀୟରେ ଆକ୍ଟିଭ ନନ କମ୍ପ୍ଲାଏନସ୍।
୬ ମାସ ଧରି ଗାଡିର କାଗଜପତ୍ର ଅପଡେଟ୍ ହୋଇନଥିଲେ।
ତୃତୀୟରେ ଟେମ୍ପୋରାରି ଆର୍କାଇଭ।
୬ମାସରୁ ଅଧିକ ଏବଂ ୨ ବର୍ଷରୁ କମ୍ ସମୟ ମଧ୍ୟରେ ଗାଡି କାଗଜପତ୍ର ରିନୁଆଲ୍ ହୋଇନଥିଲେ।
ଚତୁର୍ଥରେ ରହିଛି ପର୍ମାନେଣ୍ଟ ଆର୍କାଇଭ।
୨ ବର୍ଷରୁ ଅଧିକ ସମୟ ଧରି କାଗଜପତ୍ର ବୈଧ ନଥିଲେ।
ଏହି ବର୍ଗରେ ସ୍ପଷ୍ଟ ହୋଇଯିବ ଯେ, ଗାଡ଼ି ରାସ୍ତାରେ ଗଡିବାକୁ ଅନଫିଟ୍ ଏବଂ ସ୍ବୟଂଚାଳିତ ଭାବେ ଆରସି ବାତିଲ ହୋଇଯିବ।
ନୂଆ ନିୟମରେ ରାତାରାତି ଆରସି ବାତିଲ ହୋଇଯିବା ପରେ ଗାଡ଼ି ମାଲିକଙ୍କୁ ଲାଗିଛି ଝଟକା।
ଆଉ କିଛି ଦିନ ସମୟ ଦେବାକୁ କରିଛନ୍ତି ଅପିଲ।
ଦିନକରେ ଦେଶର ପ୍ରାୟ ୨୫ ଲକ୍ଷ ଲୋକଙ୍କୁ ଆରସି କ୍ୟାନସଲ ନେଇ ମେସେଜ୍ ପଠାଯାଇଥିବା ସୂଚନା ମିଳିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।