5 Dead: ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାହାର ଆରମ୍ଭ; ମହାରାଷ୍ଟ୍ରରେ ବଜ୍ରାଘାତରେ ୫ ମୃତ

Sep 19, 2026 - 22:01
5 Dead: ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାହାର ଆରମ୍ଭ; ମହାରାଷ୍ଟ୍ରରେ ବଜ୍ରାଘାତରେ ୫ ମୃତ

"ନୂଆଦିଲ୍ଲୀ: ସାରା ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ହ୍ରାସ ପାଇବାରେ ଲାଗିଥିବାବେଳେ ରାଜସ୍ଥାନର ପଶ୍ଚିମ ଭାଗରୁ ମୌସୁମୀ ପ୍ରତ୍ୟାହାର ଆରମ୍ଭ ହୋଇଛି।

ଏହାପରେ ମୌସୁମୀ ବାୟୁ ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ମଧ୍ୟପ୍ରଦେଶରୁ ପ୍ରତ୍ୟାହାର କରିବା ଆରମ୍ଭ ହେବ।

ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମହାରାଷ୍ଟ୍ରର ବାକି ଅଞ୍ଚଳରୁ ମୌସୁମୀ ଦୁର୍ବଳ ହୋଇ ପୂରା ଦେଶରୁ ବିଦାୟ ନେବ।Advertisment ବନ୍ୟା ଘେରରେ ୧୫ଟି ଗାଁରେ ୧୦ ହଜାର ଲୋକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶରେ ୨୨ ସେପ୍ଟେମ୍ବରରୁ ବର୍ଷା ହ୍ରାସ ପାଇବାର ସମ୍ଭାବନା ରହିଛି।

ତେବେ ରାଜ୍ୟର କେତେକ ଅଞ୍ଚଳରେ ଏବେବି ବନ୍ୟା ସ୍ଥିତି ଲାଗି ରହିଛି।

ଗୋଣ୍ଡାରେ ଘାଘରା ନଦୀରେ ଜଳସ୍ତର ହ୍ରାସ ପାଇଛି, ୧୫ଟି ଗାଁରେ ୧୦ ହଜାର ଲୋକ ବନ୍ୟା ଘେରରେ ଅଛନ୍ତି।

ଅନେକ ଘରେ ପାଣି ପଶିଯାଇଛି।

ଅନ୍ୟପକ୍ଷରେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ ଶୁକ୍ରବାର ଦୀର୍ଘ ଦିନ ପରେ ବର୍ଷା ହୋଇଥିଲା।

ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଥିବାବେଳେ ବଜ୍ରାଘାତରେ ଏକ ଦମ୍ପତି ସମେତ ୫ ଜଣ ଲୋକଙ୍କ ମୃତ୍ୟୁ ଓ ୪ ଜଣ ଲୋକ ଆହତ ହୋଇଥିଲେ।

Low-pressure: ଆଜି ଲଘୁଚାପ: ୨୨ରୁ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।