7 Killed in Stampede: ସକାଳୁ ସକାଳୁ ବଡ଼ ଅଘଟଣ, ମନ୍ଦିରରେ ଦଳାଚକଟା ଘଟି ଅନେକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

Aug 17, 2026 - 09:06
7 Killed in Stampede: ସକାଳୁ ସକାଳୁ ବଡ଼ ଅଘଟଣ, ମନ୍ଦିରରେ ଦଳାଚକଟା ଘଟି ଅନେକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ସକାଳୁ ସକାଳୁ ଘଟିଛି ବଡ଼ ଅଘଟଣ। ଶ୍ରାବଣ ମାସ ତୃତୀୟ ସୋମବାରରେ ଶିବ ମନ୍ଦିରରେ ଜଳ ଲାଗି କରିବାକୁ ଯାଇଥିବା ଶ୍ରଦ୍ଧାଳୁଙ୍କ ସହ ଘଟିଛି ବଡ଼ ଦୁର୍ଘଟଣା।ସୋମବାର ବିହାରର ଲଖିସରାଇ ଜିଲ୍ଲାର ଅଶୋକ ଧାମ ମନ୍ଦିରରେ ଦଳାଚକଟାରେ ୭ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। 

ବିଦ୍ୟୁତ ତାର ଛିଣ୍ଡିଯିବାରୁ ପ୍ରଥମେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଯାହାଫଳରେ ଜୀବନ ବିକଳରେ ଦୌଡୁଥିବା ସମୟରେ ଏପରି ଅଘଟଣ ଘଟିଯାଇଛି। ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାରରେ ଶିବ ମନ୍ଦିରରେ ଜଳ ଲାଗି କରିବାକୁ ବହୁ ସଂଖ୍ୟକ ଭକ୍ତ ଏକତ୍ରିତ ହେବା ସମୟରେ ସକାଳ ପ୍ରାୟ ୬.୪୫ ବେଳେ ଏହି ଅଘଟଣ ଘଟିଥିଲା।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବିଦ୍ୟୁତ ତାର ଛିଣ୍ଡି ପଡ଼ିଯିବାରୁ ଭକ୍ତମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା, ଯାହା ପରେ ମନ୍ଦିର ପରିସରରେ ଦଳାଚକଟା ହୋଇଥିଲା। ଭିଡ଼ରେ ଅନେକ ଲୋକ ଫସି ଯାଇଥିଲେ ଏବଂ ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ ଲଖିସରାଇ ଡାକ୍ତରଖାନାକୁ ନିଆଯାଇଛି। ଲଖିସରାଇ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ରିପୋର୍ଟ କରାଯାଇଥିବା ମୃତ୍ୟୁ ସଂଖ୍ୟାକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।