7.5 Magnitude Quake Strikes Venezuela: ଭୟଙ୍କର ଭୂମିକମ୍ପ; ଅନେକ ଲୋକଙ୍କ ମୃତ୍ୟୁ, ଧ୍ବଂସସ୍ତୂପରେ ପରିଣତ ହେଲା ସୂ-ଉଚ୍ଚ ଅଟ୍ଟାଳିକା
ଭେନେଜୁଏଲାରେ ଭୂକମ୍ପର ଝଟକା। କେନ୍ଦ୍ର ଓ ମଧ୍ୟ ଭେନେଜୁଏଲାରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୪୫ ସେକେଣ୍ଡ ମଧ୍ୟରେ ଦୁଇ ଦୁଇ ଥର କମ୍ପନ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ସର୍ବାଧିକ ୭.୫ ଓ ୭.୧ ରେକର୍ଡ ହୋଇଛି। ରାଜଧାନୀ କାରାକାସରେ ଦୋହଲିଛି ଭୂମି। ରାଜଧାନୀ ସମେତ ଏକାଧିକ ଅଂଚଳରେ କମ୍ପନ ଅନୁଭୂତ ହୋଇଛି।
ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ ରିକ୍ଟର ସ୍କେଲରେ ୭.୧ ଏବଂ ୭.୫ ତୀବ୍ରତାର ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଅନେକ କୋଠା ଭୁଶୁଡି ପଡ଼ିଥିବା ଜଣାପଡିଛି। ରାଜଧାନୀ କାରାକାସ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବହୁତ ଦୋକାନ ବଜାର ସବୁ ଧ୍ବଂସ ସ୍ତୁପରେ ପରିଣତ ହୋଇଛି।
ଭୂମିକମ୍ପରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ତଥାପି ଏପର୍ଯ୍ୟନ୍ତ କୌଣସି ସରକାରୀ ଭାବେ ତଥ୍ୟ ପ୍ରକାଶ କରାଯାଇନାହିଁ। ତୀବ୍ର କମ୍ପନ ପ୍ରଭାବରୁ ଭୟଭୀତ ହୋଇପଡିଥିଲେ ଲୋକେ। ଆତଙ୍କିତ ହୋଇ ଘରୁ ବାହାକୁ ଦୌଡିଆସିଥିଲେ। ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ତୀବ୍ର ଭୂକମ୍ପକୁ ନେଇ ସୁନାମୀ ଆଲର୍ଟ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ପ୍ରତ୍ୟାହୃତ କରାଯାଇଥିବା ଜଣାପଡିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।