8th Pay Commission: ଅଷ୍ଟମ ବେତନ କମିସନକୁ ବର୍ଷେ ପୂରିଲା

Nov 03, 2026 - 19:26
8th Pay Commission: ଅଷ୍ଟମ ବେତନ କମିସନକୁ ବର୍ଷେ ପୂରିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିସନ ଗଠନକୁ ଆଜି ୧ ବର୍ଷ ପୂରଣ ହୋଇଛି।

୨୦୨୫ ନଭେମ୍ବର ୩ରେ ସୁପ୍ରିମକୋର୍ଟ ର ପୂର୍ବତନ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିସନ ଗଠନ ହୋଇଥିଲା।

ଏଥିରେ ପ୍ରଫେସର ପୁଲକ ଘୋଷ ପାର୍ଟଟାଇମ୍‌ ସଦସ୍ୟ ଏବଂ ପଙ୍କଜ ଜୈନ ସଦସ୍ୟ-ସଚିବ ଅଛନ୍ତି।

କମିସନକୁ ସୁପାରିସ ଦାଖଲ କରିବା ପାଇଁ ୧୮ ମାସ ସମୟ ଦିଆଯାଇଛି।

୨୦୨୭ ମେ ୩ ସୁଦ୍ଧା କମିସନ ରିପୋର୍ଟ ଦାଖଲ କରିବା ସମ୍ଭାବନା ରହିଛି।

Advertisment ୨୦୨୬ ଫେବ୍ରୁଆରି ୫ରେ କମିସନ ୧୮ଟି ପ୍ରଶ୍ନ ସମ୍ବଳିତ ପ୍ରଶ୍ନାବଳୀ ଜାରି କରିଥିଲା କମିସନ ଗଠନ ପରେ କେତେଗୁଡ଼ିଏ ଅଗ୍ରଗତି ହୋଇଛି।

୨୦୨୬ ଫେବ୍ରୁଆରି ୫ରେ କମିସନ ୧୮ଟି ପ୍ରଶ୍ନ ସମ୍ବଳିତ ପ୍ରଶ୍ନାବଳୀ ଜାରି କରିଥିଲା।

ଏଥିରେ କର୍ମଚାରୀ, ପେନ୍‌ସନ୍‌ଭୋଗୀ, ବିଭିନ୍ନ ସଂଘ ଓ ସଂଗଠନଠାରୁ ଦରମା, ପେନ୍‌ସନ୍‌ ଓ କାର୍ଯ୍ୟ ପରିବେଶ ସମ୍ପର୍କରେ ମତାମତ ଲୋଡ଼ାଯାଇଥିଲା।

ମାର୍ଚ୍ଚ ୩୧ ଥିଲା ମତାମତ ଦାଖଲର ଶେଷ ତାରିଖ ରଖାଯାଇଥିଲା।

ମାର୍ଚ୍ଚ ୫ରୁ କମିସନ ସ୍ମାରକପତ୍ର ଗ୍ରହଣ ଆରମ୍ଭ କରିଥିଲା।

କର୍ମଚାରୀ, ପେନ୍‌ସନ୍‌ଭୋଗୀ, ବିଭିନ୍ନ ସଂଘ ଓ ସଂଗଠନ ସେମାନଙ୍କ ଦାବି ଏବଂ ପ୍ରସ୍ତାବ ଦାଖଲ କରିଥିଲେ।

ପ୍ରଥମେ ଏପ୍ରିଲ୍‌ ୩୦ ଶେଷ ତାରିଖ ରହିଥିବା ବେଳେ ଏହାକୁ ପର୍ଯ୍ୟାୟକ୍ରମେ ମେ ୩୧ ଓ ଜୁନ୍‌ ୧୫ ପର୍ଯ୍ୟନ୍ତ ବଢ଼ାଯାଇଥିଲା।

ଚଳିତବର୍ଷ ଏପ୍ରିଲରୁ କମିସନ ବିଭିନ୍ନ ସହର ଗସ୍ତ କରି ଆଲୋଚନା ଆରମ୍ଭ କରିଥିଲେ।

ଏପ୍ରିଲ୍‌ ୨୪ରେ ଡେରାଡୁନ୍‌ଠାରେ କମିସନର ପ୍ରଥମ ପରାମର୍ଶ ବୈଠକ ହୋଇଥିଲା।

ପରବର୍ତ୍ତୀ ସମୟରେ ପୁଣେ, ହାଇଦ୍ରାବାଦ, ଶ୍ରୀନଗର, ଲେହ, ଦିଲ୍ଲୀ, ଲକ୍ଷ୍ନୌ , ଭୁବନେଶ୍ୱର, କୋଲକାତା, ଜୟପୁର, ଚେନ୍ନାଇ, ଚଣ୍ଡିଗଡ଼, ବେଙ୍ଗାଲୁରୁ ଓ ମୁମ୍ବାଇ ଆଦି ସହରରେ ବୈଠକ ହୋଇଛି।

ତେବେ ନୂଆ ଦରମା କେତେ ହେବ, ପେନ୍‌ସନ୍‌ କେତେ ବଢ଼ିବ ଏବଂ ଫିଟ୍‌ମେଣ୍ଟ ଫ୍ୟାକ୍ଟର କେତେ ରହିବ ତାହା ଏ ପର୍ଯ୍ୟନ୍ତ ଜଣାଯାଇ ନାହିଁ।

ସପ୍ତମ ବେତନ କମିସନ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ମୂଳ ଦରମା ବର୍ତ୍ତମାନ ୧୮,୦୦୦ ଟଙ୍କା ରହିଛି।

୨୦୨୬ ଜାନୁଆରି ୧ରୁ ନୂଆ ଦରମା ଲାଗୁ ହେବା ନେଇ ଆଶା ରହିଥିଲେ କେବେ ଏହା ଘୋଷଣା ହେବ ତାହାକୁ କର୍ମଚାରୀମାନେ ଅପେକ୍ଷା କରି ରହିଛନ୍ତି।

ମୋବାଇଲ୍‌ ଚୋରି ସନ୍ଦେହରେ ଅପହରଣ କରି ମାରିଦେଲେ, ୪ଜଣ ଅଟକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।