A Desperate Fight for Survival: ୪୯୧ ଦିନର ଯନ୍ତ୍ରଣାଦାୟକ ସଂଘର୍ଷ, ସୈନିକଙ୍କ ଜୀବନ ବଞ୍ଚାଇଲା ଡ୍ରୋନ୍

Oct 24, 2026 - 17:04
A Desperate Fight for Survival: ୪୯୧ ଦିନର ଯନ୍ତ୍ରଣାଦାୟକ ସଂଘର୍ଷ, ସୈନିକଙ୍କ ଜୀବନ ବଞ୍ଚାଇଲା ଡ୍ରୋନ୍

ଯୁଦ୍ଧକ୍ଷେତ୍ରରେ ଚାରିଆଡ଼େ ଶତ୍ରୁ ଡ୍ରୋନ୍‌ର ଆତଙ୍କ।

ଚାଲିବା ତ ଦୂରର କଥା, ନିଜକୁ ଘୋଷାଡ଼ି ନେବା ବି ହୋଇପଡ଼ିଥିଲା କଷ୍ଟକର।

ଶରୀରର ଦୁଇଟି ଯାକ ପାଦ ହରାଇବା ପରେ ବି ବଞ୍ଚିବାର ଆଶା ଛାଡ଼ିନଥିଲେ ୟୁକ୍ରେନ୍‌ର ୪୯ ବର୍ଷୀୟ ସୈନିକ କୋଷ୍ଟିଆଣ୍ଟିନ୍ ଭ୍ଲାସେଙ୍କୋ।

ପ୍ରାୟ ୪୯୧ ଦିନ ଯୁଦ୍ଧକ୍ଷେତ୍ରରେ ସଂଘର୍ଷ କରିବା ପରେ ଏକ ସ୍ୱତନ୍ତ୍ର ଡ୍ରୋନ୍ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ଭ୍ଲାସେଙ୍କୋ ୟୁକ୍ରେନ୍‌ର ୩୦ତମ ମେକାନାଇଜ୍‌ଡ ବ୍ରିଗେଡ୍‌ର ସଦସ୍ୟ।

୨୦୨୫ ମେ'ରେ ତାଙ୍କୁ ଯୁଦ୍ଧକୁ ପଠାଯାଇଥିଲା।

ସେଠାରେ ସେ ଅନ୍ୟ ଜଣେ ସୈନିକଙ୍କ ସହ ରହୁଥିଲେ।

ପରେ ସେମାନଙ୍କ ଆଶ୍ରୟସ୍ଥଳ ବିପଦପୂର୍ଣ୍ଣ ହୋଇପଡ଼ିବାରୁ ଦୁହେଁ ଏକ ଧ୍ୱଂସପ୍ରାପ୍ତ ସ୍କୁଲ୍‌ରେ ଆଶ୍ରୟ ନେଇଥିଲେ।

Advertisment ଚଳିତ ବର୍ଷ ଫେବ୍ରୁଆରୀରେ ରୁଷୀୟ ଡ୍ରୋନ୍ ଆକ୍ରମଣରେ ତାଙ୍କ ବାମ ପାଦ ଗୁରୁତର ଭାବେ ନଷ୍ଟ ହୋଇଥିଲା।

ଡାହାଣ ଗୋଡ଼ ମଧ୍ୟ ଭାଙ୍ଗିଯାଇ ଅତ୍ୟନ୍ତ ଖରାପ ଅବସ୍ଥାକୁ ଚାଲିଯାଇଥିଲା।

ଆହତ ଅବସ୍ଥାରେ ସେ ଏକ ସ୍କୁଲ୍‌ର ବଏଲର୍ ତଳେ ଥିବା ଅତି ସଂକୀର୍ଣ୍ଣ ଗାତରେ ଲୁଚି ରହିଥିଲେ।

ପ୍ରାୟ ତିନି ମାସ ଧରି ଅସହ୍ୟ ଯନ୍ତ୍ରଣା ସହିବା ପରେ ସଂକ୍ରମଣ ଓ ଗୋଡ଼ର ଭୟଙ୍କର କ୍ଷତି ଯୋଗୁଁ ସେ ଛୁରୀରେ ନିଜ ଡାହାଣ ପାଦ କାଟିବାକୁ ବାଧ୍ୟ ହୋଇଥିଲେ।

ଏହାପରେ ରକ୍ତସ୍ରାବ ରୋକିବାକୁ ଟର୍ନିକେଟ୍ ବ୍ୟବହାର କରିଥିଲେ।

Advertisment ଶତ୍ରୁ ଡ୍ରୋନ୍‌କୁ ଚକ୍‌ମା ଦେଇ ଉଦ୍ଧାର ଭ୍ଲାସେଙ୍କୋଙ୍କୁ ଉଦ୍ଧାର କରିବା ପାଇଁ ୟୁକ୍ରେନ୍ ସେନା ଅନେକ ଯୋଜନା କରିଥିଲା।

କିନ୍ତୁ ରୁଷୀୟ ଡ୍ରୋନ୍‌ର ନଜର ଥିବାରୁ ଗାଡ଼ି କିମ୍ବା ଅନ୍ୟ ଯାନରେ ତାଙ୍କୁ ନେବା ବିପଦପୂର୍ଣ୍ଣ ଥିଲା।

ଶେଷରେ ଏକ ବିଶେଷ ଛଅଟି ପ୍ରପେଲର୍‌ଯୁକ୍ତ ଭାରବାହୀ ଡ୍ରୋନ୍ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିବାର ଯୋଜନା ହୋଇଥିଲା।

ଅକ୍ଟୋବର ୪ରେ ଭ୍ଲାସେଙ୍କୋ ଏକ ହାର୍ନେସ୍‌ରେ ନିଜକୁ ବାନ୍ଧି ଡ୍ରୋନ୍‌ରେ ଝୁଲିଥିଲେ।

ଡ୍ରୋନ୍ ତାଙ୍କୁ ପ୍ରାୟ ୭୦ ମିଟର ଉଚ୍ଚତାକୁ ଉଠାଇ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ସୁରକ୍ଷିତ ସ୍ଥାନକୁ ନେଇଥିଲା।

ଏହି ଅପରେସନ୍‌ରେ ଅନ୍ୟ ତିନୋଟି ଡ୍ରୋନ୍ ଶତ୍ରୁ ଡ୍ରୋନ୍‌କୁ ବିଭ୍ରାନ୍ତ କରିବା ପାଇଁ ନିୟୋଜିତ ହୋଇଥିଲା।

ଏହାସହ ୟୁକ୍ରେନ୍‌ର ଡ୍ରୋନ୍ ଟିମ୍ ଓ ଗୁଳିଗୋଳା ୟୁନିଟ୍‌ଗୁଡ଼ିକ ମଧ୍ୟ ଉଦ୍ଧାର ଅଭିଯାନକୁ ସୁରକ୍ଷା ଦେଇଥିଲେ।

ମୃତ୍ୟୁକୁ ଅତି ନିକଟରୁ ଦେଖିବା ପରେ ମିଳିଲା ନୂଆ ଜୀବନ ଉଦ୍ଧାର ପରେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଭ୍ଲାସେଙ୍କୋ କହିଥିଲେ ଯେ, ଏକ ସମୟରେ ସେ ନିଜ ବଞ୍ଚିବାର ଆଶା ହରାଇ ବସିଥିଲେ।

ତାଙ୍କ ସହ ଥିବା ସାଥୀ ସୈନିକ ଡ୍ରୋନ୍ ଆକ୍ରମଣରେ ପ୍ରାଣ ହରାଇଥିଲେ।

ଏହା ଯୁଦ୍ଧକ୍ଷେତ୍ରରୁ ଜଣେ ସୈନିକଙ୍କୁ ଏରିଆଲ୍ ଡ୍ରୋନ୍‌ରେ ଉଦ୍ଧାର କରିବାର ପ୍ରଥମ ଜଣାଶୁଣା ଘଟଣା ହୋଇପାରେ ବୋଲି ୟୁକ୍ରେନ୍ ସାମରିକ ଅଧିକାରୀମାନେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।