A historic medal: ଭାରତକୁ ଐତିହାସିକ ପଦକ: ବିଶ୍ବଜିତଙ୍କୁ ଗ୍ରିକୋ-ରୋମାନ୍ ରୌପ୍ୟ
ଲାସ୍ଭେଗାସ: ଭାରତୀୟ କୁସ୍ତିବିତ୍ ବିଶ୍ବଜିତ ରାମଚନ୍ଦ୍ର ମୋରେ ଚଳିତ ୨୩ ବର୍ଷରୁ କମ୍ ବିଶ୍ବ କୁସ୍ତି ପ୍ରତିଯୋଗିତାରେ ରୌପ୍ୟ ଜିତି ଇତିହାସ ରଚିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଏହି ପ୍ରତିଯୋଗିତାର ଗ୍ରିକୋ-ରୋମାନରେ ରୌପ୍ୟ ପଦକ ଜିତିବାର ଗୌରବ ପାଇଛନ୍ତି। ସେ ପୁରୁଷ ୫୫ କିଲୋଗ୍ରାମ ଗ୍ରିକୋ-ରୋମାନ ବର୍ଗରେ ଏହି ପଦକ ପାଇଥିଲେ। ସ୍ବର୍ଣ୍ଣ ପଦକ ମୁକାବିଲାରେ ବିଶ୍ବଜିତ ୧୨-୧୩ରେ ଜର୍ଜିଆର କୋବା କାରୁମିଜେଙ୍କଠୁ ହାରି ଯାଇଥିଲେ।
Election: ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ; ଜାନୁଆରି ୧ରେ ଚିଠା
୨୩ ବର୍ଷରୁ କମ୍ ବିଶ୍ବ କୁସ୍ତି
ପୂର୍ବରୁ ବିଶ୍ବଜିତ ୨ କାଂସ୍ୟ ପଦକ ଜିତି ପ୍ରଥମ ଭାରତୀୟ ଗ୍ରିକୋ-ରୋମାନ କୁସ୍ତିବିତ୍ ଭାବେ ୨୩ ବର୍ଷରୁ କମ୍ ବିଶ୍ବ ପ୍ରତିଯୋଗିତାରେ ୨ ପଦକ ଜିତିବାର ଗୌରବ ପାଇଥିଲେ। ଫାଇନାଲ୍ରେ ପହଞ୍ଚିବାରେ ମଧ୍ୟ ସେ ପ୍ରଥମ ଭାରତୀୟ ହୋଇଛନ୍ତି। ମେକ୍ସିକୋର ଇସାକ ମାରିନ ମାଟାଙ୍କୁ ୧୦-୮ରେ ହରାଇ ଅଭିଯାନ ଆରମ୍ଭ କରିଥିବା ବିଶ୍ବଜିତ କ୍ବାର୍ଟରଫଇନାଲ୍ରେ ୮-୧ରେ ୨୦ ବର୍ଷରୁ କମ୍ ବିଶ୍ବ ବିଜେତା ଇରାନର ଅର୍ମିନ ଶାମସିପୋରଙ୍କୁ ଏବଂ ସେମିଫାଇନାଲ୍ରେ ରୁଷିଆର ମଲିକ ଗିଗିଭଙ୍କୁ ୬-୪ରେ ପରାସ୍ତ କରିଥିଲେ।
Gyanesh Kumar: ନିଜ ନାଗରିକଙ୍କ ବିରୋଧରେ ମୋଦୀ, ଶାହ ଯୁଦ୍ଧ ଆରମ୍ଭ କରିଛନ୍ତି:ଅଭିଜିତ୍ ଦୀପକେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।