A viral video: ପୁଲିସବାବୁଙ୍କ ପାଇଁ ନିୟମ ଘରେ ପଡ଼ିଯାଇଛି କି ତାଲା
"ବିହାର: ବିହାର ପୁଲିସସହ ଜଡ଼ିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସାଧାରଣ ଲୋକଙ୍କୁ ନିୟମ ପାଳନ କରିବାକୁ କହୁଥିବା ପୁଲିସ ନିଜେ ଯଦି ନିୟମ ଅଣଦେଖା କରୁଥିବାର ଦେଖାଯାଏ, ତେବେ ପ୍ରଶ୍ନ ଉଠିବା ସହ ସମାଲୋଚନା ହେବା ତ ସ୍ବଭାବିକ କଥା।Advertisment ଭାଇରାଲ ଭିଡିଓରେ ଲୋକେ ପ୍ରତିକ୍ରିୟା ଦେଇ କହୁଛନ୍ତି, ବୋଧହୁଏ ଏଠାରେ ନିୟମ ସମସ୍ତଙ୍କ ପାଇଁ ରହିଛି, କେବଳ ପୁଲିସ ପାଇଁ ନୁହେଁ।
ପୁଲିସ ବାବୁଙ୍କ ପାଇଁ ନିୟମ ଘରେ ତାଲା ପଡ଼ିଯାଇଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ ବାଇକ୍ରେ ୪ ଜଣ ପୁଲିସକର୍ମୀ ବସି ଯାଉଥିବା ଦେଖାଯାଉଛି।
ବାଇକ୍ଟି ରାସ୍ତାରେ ଯାଉଥିବା ବେଳେ ପଛରେ ବସିଥିବା ପୁଲିସକର୍ମୀମାନେ ବିନା ହେଲମେଟ୍ରେ ଥିବା ଦେଖାଯାଉଛନ୍ତି।
ଭିଡିଓ ରେକର୍ଡ କରୁଥିବା ବ୍ୟକ୍ତି ମଧ୍ୟ ସେମାନଙ୍କ ପଛରେ ବାଇକ୍ରେ ଯାଉଥିବା ଦେଖାଯାଉଛି ଏବଂ ସମ୍ପୂର୍ଣ୍ଣ ଦୃଶ୍ୟକୁ କ୍ୟାମେରାରେ ରେକର୍ଡ କରୁଛନ୍ତି।
ପୁଲିସ ପୋଷାକରେ ଥିବା ଲୋକମାନଙ୍କୁ ଏଭଳି ଭାବରେ ବାଇକ୍ରେ ଯାଉଥିବା ଘଟଣାକୁ ନେଇ ଲୋକେ ସମାଲୋଚନା କରୁଛନ୍ତି।
ଅନ୍ୟମାନଙ୍କୁ ନିୟମ ବୁଝାଉଥିବା ପୁଲିସ ନିଜେ ନିୟମ ବାହାରେ!
ଟ୍ରାଫିକ୍ ନିୟମ ଅନୁଯାୟୀ, ଦୁଇଚକିଆ ଯାନରେ ଯାତ୍ରା କରୁଥିବା ସମୟରେ ହେଲମେଟ୍ ପିନ୍ଧିବା ଅତ୍ୟନ୍ତ ଜରୁରୀ।
ଏଭଳି ସ୍ଥିତିରେ ପୁଲିସକର୍ମୀମାନେ ନିଜେ ବିନା ହେଲମେଟ୍ରେ ବାଇକ୍ରେ ଯାଉଥିବା ଦେଖାଗଲେ ଲୋକଙ୍କ ଧ୍ୟାନ ଏହି ଦିଗକୁ ଯିବା ସ୍ୱାଭାବିକ।
ଏହାଛଡ଼ା ଦୁଇଚକିଆ ଯାନରେ କେବଳ ଦୁଇଜଣ ବସିବାର ନିୟମ ରହିଛି।
କିନ୍ତୁ ଭାଇରାଲ ଭିଡିଓରେ ୪ ଜଣ ପୁଲିସକର୍ମୀ ଗୋଟିଏ ବାଇକ୍ରେ ବସିଥିବା ଦେଖାଯାଉଛି।
ରିଲ୍ସରେ ଅଳଙ୍କାର ଓ ଟଙ୍କା ଦେଖାଇବା ମହଙ୍ଗା ପଡ଼ିଲା; ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ଲୁଟେରା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।